-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||     

HOME   ଜିଲ୍ଲା

ବାବାସାହେବଙ୍କ ସମ୍ବିଧାନରେ ବସୁଧୈବ କୁଟୁମ୍ଭକମ୍ ନିହିତ ମହାନ ସମ୍ବିଧାନକୁ ବିଜେପି ଖଣ୍ଡ ଖଣ୍ଡ କରି ଖତମ କରିବାକୁ ଚାହୁଁଛି

06-Dec-2025



ଭୁବନେଶ୍ୱର(ପ୍ରେରଣା ଖବର): ଡିସେମ୍ବର-୬ ମହାନ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ସାମାଜିକ ନ୍ୟାୟର ପ୍ରତିଷ୍ଠାତା ଭାରତରତ୍ନ ଡ. ଭିମ ରାଓ ଆମ୍ବେଦକରଙ୍କ ପୂଣ୍ୟତିଥିରେ କଂଗ୍ରେସ ଭବନ ପରିସରରେ ଏକ ବିରାଟ ସାମାଜିକ ନ୍ୟାୟ ସମାବେଶ ଆୟୋଜିତ ହୋଇଥିଲା ଏବଂ ଏହି ସମାବେଶରେ ଆଲୋଚନାର ବିଷୟବସ୍ତୁ “ସାମାଜିକ ନ୍ୟାୟ ଓ ଓଡ଼ିଶା” ଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ ଏବଂ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପିସିସି ସଭାପତି ଶ୍ରୀ ଦାସ ଆମ୍ବେଦକରଙ୍କୁ ଏକ ଗୀତ ମାଧ୍ୟମରେ ନିଜ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ କହିଥିଲେ ଯେ, ଭାରତର ସଭ୍ୟତା, ସଂସ୍କୃତି, ବେଦ ଏବଂ ପ୍ରତ୍ୟେକ ଧର୍ମ, ଜାତି, ପ୍ରତ୍ୟେକ ବ୍ୟକ୍ତି ଜଳ, ବାୟୁ, ଆକାଶ ପ୍ରତ୍ୟେକ ଜୀବ ଓ ପ୍ରକୃତିକୁ ନେଇ ବାବା ସାହେବ ସମ୍ବିଧାନର ରଚନା କରିଛନ୍ତି । ଏହି ସମ୍ବିଧାନ ବସୁଧୈବ କୁଟୁମ୍ବକମ ଦ୍ୱାରା ପ୍ରଭାବିତ । ପୀଡ଼ିତଙ୍କ ଉତଥାନ ପଛୁଆବର୍ଗଙ୍କ ନ୍ୟାୟ ପାଇଁ ପ୍ରେରିତ । କିନ୍ତୁ ଦୁଃଖର କଥା ଏହି ମହାନ ସମ୍ବିଧାନକୁ ବିଜେପି ଖଣ୍ଡ ଖଣ୍ଡ କରି ଖତମ କରିବାପାଇଁ ଚାହୁଁଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମ୍ମାନହାନୀ କରାଯାଉଛି। ଓଡ଼ିଶା ବିଧାନସଭାରେ ସାମ୍ବିଧାନିକ ରୂପେ ନିର୍ବାଚିତ ପ୍ରତିନିଧି ଗାନ୍ଧୀଙ୍କ ସମ୍ମାନହାନୀ କରିବାକୁ ପଛାଉ ନାହାନ୍ତି ଏହା ଲୋକସଭାରେ ମଧ୍ୟ କରାଯାଉଛି । ଭୋଟ ଚୋରୀ ଦ୍ୱାରା ଗଣତାନ୍ତ୍ରିକ ଅଧିକାରର ଲୁଟ କରାଯାଉଛି । ଦେଶର ସମସ୍ତ ଅନୁଷ୍ଠାନ ଓ ଜଳ ଜଙ୍ଗଲ ଜମି କେବଳ ଜଣଙ୍କ ହାତମୁଠାରେ ରଖିବା ଚେଷ୍ଟା କରାଯାଉଛି । ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିର ବିକାଶ ପାଇଁ ଅଧିକାର ଦେଇଛି । ତେବେ କାହିଁକି ଆଜି ରାଜରାସ୍ତାରେ ଦଳ ଦଳ ହୋଇ ବିଭିନ୍ନ ଗୋଷ୍ଠୀ ଆନ୍ଦୋଳନରେ ବସିଛନ୍ତି । ସମ୍ବିଧାନକୁ ବଞ୍ଚାଇବା ବର୍ତ୍ତମାନ କଂଗ୍ରେସର ପରମ କର୍ତ୍ତବ୍ୟ । ଗାଁ ଗାଁରେ ପଦଯାତ୍ରା କରି ଜନତାଙ୍କ ଅଧିକାର ବିଷୟରେ ସଚେତନ କରିବାକୁ ପଡ଼ିବ । ଆଗାମୀ ଦିନରେ ସାମାଜିକ ନ୍ୟାୟକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ବିରାଟ ଆନ୍ଦୋଳନ କରିବ । ସମ୍ବିଧାନ ଅନୁସାରେ ସାମାଜିକ ନ୍ୟାୟ ଲଢ଼େଇ କରିବ। ସମାଜର ସମସ୍ତ ଉପେକ୍ଷିତ ବର୍ଗଙ୍କ ପାଇଁ ଲଢ଼େଇ ହେବ । ସରକାରଙ୍କୁ ନିଶ୍ଚୟ ଆଣ୍ଠେଇବାକୁ ପଡ଼ିବ। ଜନତାଙ୍କ ସାମ୍ବିଧାନିକ ଅଧିକାରକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଦାସ ଦୃଢ଼ତାର ସହିତ କହିଥିଲେ। ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀ ସାମାଜିକ ନ୍ୟାୟ ଆନ୍ଦୋଳନ ଆରମ୍ବ କରିଥିଲେ । ଯାହା ଆମ୍ବେଦକରଙ୍କ ସମ୍ବିଧାନ, ସାମାଜିକ ନ୍ୟାୟ ପ୍ରଦାନ କରିଥିଲା । ଆଜି ଧର୍ମ, ଜାତିକୁ ନେଇ ଦେଶ ବିରୋଧି ଶକ୍ତି ଦେଶକୁ ଖଣ୍ଡ କରିବାକୁ ଯାଉଛନ୍ତି । କଂଗ୍ରେସ ସରକାର ସମୟରେ ସମାଜରେ ସମତା ଆଣିବାପାଇଁ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା । ଏପରିକି ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଦେଲା । ବର୍ତ୍ତମାନ କିନ୍ତୁ ବିପରୀତ ଦିଗରେ ପବନ ବହୁଛି । ସମାଜରେ ବିଭେଦ ସୃଷ୍ଟିକରିବା ଚେଷ୍ଟା କରାଯାଉଛି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସମାଜରେ ପ୍ରକୃତ ସମତା ଆଣିବାକୁ ହେଲେ ଅର୍ଥନୈତିକ ସମତା ଆଣିବାକୁ ନିଶ୍ଚୟ ପଡ଼ିବ ଏବଂ ଏଥିପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ଆମ୍ବେଦକର ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ କିନ୍ତୁ ସେ କେବଳ ଗୋଟିଏ ବର୍ଗପାଇଁ ଚିନ୍ତା କରିନଥିଲେ । ସମାଜର ପ୍ରତ୍ୟେକ ବର୍ଗର ସାମଗ୍ରିକ ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିଥିଲେ ଏବଂ ତଦନୁଯାୟୀ ସମ୍ବିଧାନ ଲେଖିଥିଲେ । ବିଦେଶରେ ଉଚ୍ଚ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଓକିଲାତି ଏବଂ ଅର୍ଥନୀତିରେ ସେ ପ୍ରବୀଣ ଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ୍ତ୍ରୀମଣ୍ଡଳୀରେ ଆମ୍ବେଦକର ଆଇନମନ୍ତ୍ରୀ ଥିଲେ । ତାଙ୍କରି ଉଦ୍ୟମରେ ୧୯୫୫ ମସିହାରେ ସମ୍ବିଧାନ ପ୍ରଥମଥର ପାଇଁ ସଂଶୋଧନ ହେଲା ଏବଂ ଦଳିତ, ଆଦିବାସୀ ଓ ପଛୁଆଙ୍କ ପାଇଁ ବିଶେଷ ପ୍ରାବଧାନ ରଖାଗଲା । ଠକ୍କର ବାପା ଯାହାଙ୍କୁ ଗାନ୍ଧୀଜୀ ଦଳିତ ସମାଜର ଭଗବାନ ବୋଲି କହୁଥିଲେ ତାଙ୍କ ଅଧ୍ୟକ୍ଷତାରେ ସଂସଦରେ ଏକ ସବକମିଟି ଗଠନ କରାଯାଇ ୧୬୪ ଧାରା ଅନୁଯାୟୀ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାରଖଣ୍ଡ ରାଜ୍ୟରେ ଆଦିବାସୀ ଦଳିତ ଓ ପଛୁଆଙ୍କ ପାଇଁ ଏକ ମନ୍ତ୍ରୀ ରହିବେ ବୋଲି ପ୍ରାବଧାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ସାମାଜିକ ନ୍ୟାୟକୁ ସମ୍ପୂର୍ଣ ଅଣଦେଖା କରୁଛନ୍ତି । ସାମ୍ବିଧାନିକ ଅଧିକାର ପାଇଁ ଆମକୁ ଲଢ଼େଇ କରିବାକୁ ପଡ଼ିବ । ଉପସ୍ଥିତ ବରିଷ୍ଠ କଂଗ୍ରେସ  ନେତା ସୁରେଶ କୁମାର ରାଉତରାୟ କହିଲେ କଂଗ୍ରେସ ଉପରେ ମିଥ୍ୟା ଆରୋପ କରାଯାଉଛି । ଆଜି ଦେଖନ୍ତୁ ଆମେ ସମସ୍ତେ ଗୋଟିଏ ପରିବାର ଏବଂ ସମସ୍ତ ସଭ୍ୟ ଉପସ୍ଥିତ ଅଛୁ । କଂଗ୍ରେସ ଏକତାର ଦଳ, ସ୍ୱାଧୀନତା ଆଣିଛି, ଆମେ ଏକଜୁଟ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବା, ସମ୍ବିଧାନକୁ ଆଦର୍ଶ କରି ଦେଶ ବିରୋଧି ଶକ୍ତିକୁ ପରାଜୟ କରିବା । ଉପସ୍ଥିତ ପୂର୍ବତନ ବିଧାୟକ ଶରତ ରାଉତ କହିଲେ ସମ୍ବିଧାନକୁ ସୁରକ୍ଷା ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ । ଆମ ନେତା ରାହୁଲ ଗାନ୍ଧୀ ସମ୍ବିଧାନର ସୁରକ୍ଷା ପାଇଁ ସମଗ୍ର ଭାରତ ଯାତ୍ରା କରୁଛନ୍ତି । ଯଦି ଆମେ ସୁରକ୍ଷା ଦେଇ ପାରିବା ନାହିଁ, ତେବେ ଦେଶ ଭୁଷୁଡି ଯିବ ଏବଂ ଏକଛତ୍ରବାଦ ପ୍ରତିଷ୍ଠା ହେବ । ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଆମକୁ ସମ୍ବିଧାନ ସୁରକ୍ଷା ପାଇଁ ଲଢ଼େଇ କରିବାକୁ ପଡିବ । ସେହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସାମାଜିକ ନ୍ୟାୟ ସମାବେଶ ଆୟୋଜନ କରାଯାଇଛି । କାରଣ ସମ୍ବିଧାନରେ କ’ଣ ସବୁ ପ୍ରାବଧାନ ରହିଛି ତାହାର ବିଚାର ବିମର୍ଷ କରିବା ଆବଶ୍ୟକତା ରହିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଲେ ସାମାଜିକ ଭେଦଭାବର ମୁଁ ବ୍ୟକ୍ତିଗତ ଶିକାର ହୋଇଛି । ପ୍ରାଥମିକ ସ୍କୁଲରେ ପଢ଼ିଲାବେଳେ ଛୁଆଁ ଅଛୁଆଁର ଶିକାର ହୋଇଛି । କଲେଜ ପାଠ ପଢ଼ିଲାବେଳେ ସମ୍ବିଧାନ ବିଷୟରେ ପଢ଼ିଲି ଏବଂ ଜାଣିଲି । ମୁଁ ଭାରତ ଯୋଡ ଯାତ୍ରାରେ ଠିଆ ହୋଇ କହିଛି ମୁଁ ବିଭିନ୍ନ ବଡ ବଡ ମଞ୍ଚରେ ଛିଡା ହୋଇ କହିବାର ସୁଯୋଗ ପାଇଛି, ଆଜି ମଧ୍ୟ ଏହି ମଞ୍ଚରେ କେବଳ ବାବା ସାହେବଙ୍କ ସମ୍ବିଧାନ ଯୋଗୁଁ କହିପାରୁଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଆଦିବାସୀ ସମାଜର ହୋଇଥିଲେ ସୁଦ୍ଧା ସଂରକ୍ଷଣ ବ୍ୟବସ୍ଥା ବୁଝିପାରିନାହାନ୍ତି । ଆମ ସଂଖ୍ୟା ଅନୁସାରେ ଆମେ ଭାଗ ପାଇବାର ହକ୍‌ଦାର ଏବଂ ଏହା ପାଇଁ ଆମକୁ ଆନ୍ଦୋଳନ କରିବାକୁ ପଡିବ । ସାମାଜିକ ନ୍ୟାୟ ଆମ ହକ୍ ଏବଂ କେବଳ ସମ୍ବିଧାନ ଏହାର ନ୍ୟାୟ ଦେଇପାରିବ । ବିଧାନସଭା ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଲେ ବାବା ସାହେବ ସମସ୍ତ ବର୍ଗର ଲୋକଙ୍କ ପାଇଁ ସମ୍ବିଧାନ ତିଆରି କରିଥିଲେ ଏବଂ ଏଥିରେ ଆଦିବାସୀ ଦଳିତ ପଛୁଆବର୍ଗଙ୍କ ପାଇଁ ବିଶେଷ ପ୍ରାବଧାନ ଅଛି । କିନ୍ତୁ ସରକାର ଗୁଡିକ କାର୍ଯ୍ୟକାରୀ କରୁନାହାନ୍ତି । ଏପରିକି ସାମାଜିକ ନ୍ୟାୟ ବିଷୟ ବିଧାନସଭାରେ କହିବାକୁ ସୁଯୋଗ ଦିଆଯାଉନାହିଁ । ଆମେ ପଛୁଆବର୍ଗଙ୍କ ବିକାଶ ସକାଶେ ଏକ ସ୍ମାରକ ପତ୍ର ସରକାରଙ୍କ ଉଦ୍ଦ୍ୟେଶରେ ବାଚସ୍ପତିଙ୍କୁ ପ୍ରଦାନ କରୁଛୁ । ଶିକ୍ଷା, ଚାକିରୀ ଏବଂ ଅର୍ଥନୈତିକ ଅନୁଷ୍ଠାନଗୁଡ଼ିକରେ ଯେତେ ସଂରକ୍ଷଣ ଅଧିକାର ଅଛି ସେତେ ମିଳୁନାହିଁ । ତେଣୁ ସମାଜରେ ଯାହାଙ୍କ ସଂଖ୍ୟା ଅଧିକ ସେମାନଙ୍କୁ ଅଧିକ ସୁଯୋଗ ମିଳିବା ଉଚିତ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ସାମାଜିକ ନ୍ୟାୟ ସକାଶେ କଂଗ୍ରେସକୁ ତୃଣମୂଳ ସ୍ତରକୁ ଯାଇ ସଚେତନତା ମାଧ୍ୟମରେ ଆନ୍ଦୋଳନ କରିବାକୁ ପଡିବ । ରାଜରାସ୍ତାରେ ଲଢ଼େଇ ନ କଲେ ଏ ସରକାର ଶୁଣିବ ନାହିଁ । ସମ୍ବିଧାନର ଏକମାତ୍ର ରକ୍ଷକ ହେଉଛି କଂଗ୍ରେସ ଏବଂ ଏଥିପାଇଁ କଂଗ୍ରେସ ବଳିଦାନ ଦେବାକୁ ପଛାଇବ ନାହିଁ । ପୂର୍ବତନ ସାଂସଦ ଅନନ୍ତପ୍ରସାଦ ସେଠୀ ସାମାଜିକ ନ୍ୟାୟ ସମାବେଶର ସଭାପତିତ୍ୱ କରିଥିଲେ ।    
ଆଜିର ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ନକୁଳ ନାୟକ, ପ୍ରକାଶ ଜେନା, ମିନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ଜିଆଉଲ ହକ, ସୁଦର୍ଶନ ଦାସ, ମନୋରଞ୍ଜନ ଦାଶ, ସିର୍ଦ୍ଧାଥ ଦାସ, ଅଭୟ ସାହୁ, ସିପ୍ରା ମଲ୍ଲିକ, ବାଙ୍କନିଧି ବେହେରା, ମାନସ ମଲ୍ଲିକ, ଯଶୋବନ୍ତ ସିଂ ଲାଗୁରି, ବିଶ୍ୱଜିତ ଦାଶ, ମାନସ ରଞ୍ଜନ ଆଚାର୍ଯ୍ୟ, ତରୁଣ ମିଶ୍ର, ଲିଙ୍ଗରାଜ ସାହୁ, ଜୟଶ୍ରୀ ପଟ୍ଟନାୟକ, ସୁଶାନ୍ତ ତ୍ରିପାଠୀ, ପ୍ରକାଶ ମିଶ୍ର, ଭାସ୍କର ସେଠୀ, ମନୋରଞ୍ଜନ ରାଉତରାୟ, ଶଷିଭୂଷଣ ପଣ୍ଡା, ସସ୍ମିତା ପଣ୍ଡା, ନିରୋଜ ଲୋଚନ ଦାସ, ମୋହନ ହେମ୍ବ୍ରମ, ଶ୍ରେୟାସ୍ମିତା ପଣ୍ଡା, ବିଜୟାନନ୍ଦ ଚାଉଳିଆ,  ବିନୋଦ ପାତ୍ର, ଉଷାରାଣୀ ବେହେରା, ମିହିର ଆଚାର୍ଯ୍ୟ, ନିମାଇଁ ରାଉତରାୟ, ସନ୍ତୋଷ ଜେନା, ହୁସେନ ଖାଁ,  ବାସନ୍ତୀ ନାୟକ, ଜ୍ୟୋତି ପ୍ରକାଶ ରଥ, ବିଜୟ ପ୍ରଧାନ, ଜାନକୀ ମଲ୍ଲିକ, ରାଜକିଶୋର ବାରିକ, ହିମାଂଶୁ ଲେଙ୍କା, କାର୍ତ୍ତିକ ନାୟକ, ଶାନ୍ତନୁ ସାହୁ, ତାପସ ସେଠୀ, ଜ୍ୟୋତିଷ ସାହୁ, ଏମଡି ସାହାଦୁଲ୍ଲା, ନିରଞ୍ଜନ ବିଶ୍ୱାଳ, ଦେବେନ୍ଦ୍ର ଦାସ, ଖଗେଶ୍ୱର ମଲ୍ଲିକ, ହଳଧର ସେଠୀ, ୟାସିର ନୱାଜ, ବଟକୃଷ୍ଣ ରାଉତରାୟ, ଜୟକୃଷ୍ଣ ସୁବୁଦ୍ଧି, ଯୋଗିନାଥ ବାହୁବଳେନ୍ଦ୍ର, ପ୍ରଭାତ ପ୍ରତାପ ସିଂ ଓସୁଭାଷ ପ୍ରଧାନ ପ୍ରମୁୂଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026
  ଜିଲ୍ଲା  
ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   05-Aug-2026

You Might Also Like