-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
01-Nov-2025
ଲୋଇସିଂହା, (ବିନୋଦ ଦୀପ)-ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ପକ୍ଷରୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଦିବସ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବୁର୍ଡା ଛକ ଠାରୁ ଲୋଇସିଂହା ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଏକ ବିଶାଳ ଏକତା ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା।ଲୋଇସିଂହା ଥାନା ଅଧିକାରୀ ମନୋଜ ମୁଣ୍ଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଥାନା ର ପୋଲିସ କର୍ମଚାରୀ ଙ୍କ ସହ ଲୋଇସିଂହା କଲେଜ, ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ବରିଷ୍ଠ ସାମ୍ବାଦିକ ବିମଲ ହୋତା,ଆଡ଼ଭୋକେଟ ଦିଲ୍ଲୀପ ବେହେରା,ଏବିଡ଼ିଓ କିଶୋର ଚନ୍ଦ୍ର ମାନସିଂହ ଙ୍କ ସମେତ ଅଂଚଳର ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ସମାଜ ଉପଯୋଗୀ ବାର୍ତ୍ତା ଲେଖା ଥିବା ବ୍ୟାନର ଧରି ସଚେତନତା ବାର୍ତ୍ତା ଦିଆଯାଇଥିଲା l ଲୋଇସିଂହା ପୋଲିସ ର ଏହି କାର୍ଯ୍ୟକ୍ରମ କୁ ଦେଖି ସାଧାରଣ ଜନତା ପ୍ରଶଂସା କରିଛନ୍ତି l