-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

*ସୁବର୍ଣ୍ଣପୁର ଠାରେ ୧00 ଶଯ୍ୟା ବିଶିଷ୍ଟ "ମିଶନ ଆଶ୍ରା "ଲୋକାର୍ପିତ*-

01-Nov-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୁବର୍ଣ୍ଣପୁର ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ପିପୁଲସ ଫୋରମ ଦ୍ୱାରା ପରିଚାଳିତ ମିଶନ ଆଶ୍ରା ମାଧ୍ୟମରେ ମାନସିକ ରୋଗରେ ଜଡିତ ଅସହାୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଏକ ଆଶ୍ରୟ ଏବଂ ଥଇଥାନ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାଯ୍ୟକ୍ରମ ରେ ଜିଲ୍ଲାପାଳ ଡ. ନୃପରାଜ୍ ସାହୁ ୧୦୦ ଶଯ୍ୟା ବିଶିଷ୍ଟ ଆଶ୍ରୟ ଓ ଥଇଥାନ କେନ୍ଦ୍ର କୁ ଶୁଭ ଉଦଘାଟନ କାରିଥିଲେ। ଜିଲ୍ଲାପାଳ ଡା. ସାହୁ କହିଛନ୍ତି ୧00 ଶଯ୍ୟା ବିଶିଷ୍ଟ ଆଶ୍ରୟ ଓ ଥଇଥାନ କେନ୍ଦ୍ର ଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ଅନୁମୋଦନ ଦେଇଛନ୍ତି l ଆଗାମୀ ଦିନରେ ମାନସିକ ରୋଗରେ ପୀଡିତ ଅସହାୟ ମହିଳା ଓ ପୁରୁଷ ଏହି କେନ୍ଦ୍ର ରେ ରହି ଭଲ ହୋଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବେ। ଏହି ଆଶ୍ରୟ ଓ ଥଇଥାନ କେନ୍ଦ୍ର କୁ ପିପୁଲସ ଫୋରମ ପରିଚାଳନା କରିବ ବୋଲି କହି ଜୀବନରେ ମାନବିକ ସମ୍ପର୍କ ଖୁବ୍ ଆବଶ୍ୟକ, କ୍ଷଣିକ ମୁହୂର୍ତ୍ତ କୁ ଆମେ ନିୟନ୍ତ୍ରଣ କରି ପାରିଲେ ପରିବାର ରୁ ସମାଜ ରୁ ଆମକୁ ନିର୍ବାସିତ ହେବା ଭଳି ପରିସ୍ଥିତି କେବେ ଆସିବନି ବୋଲି କହିଥିଲେ l ତେଣୁ ଶ୍ରଦ୍ଧା ପୂର୍ଣ୍ଣ ହୃଦୟ, ସ୍ନେହ ପୂର୍ଣ୍ଣ ଛାତି ଓ ଛଳନା ବିହୀନ ମନ ନେଇ ଚାଲିଲେ ଆଜିର ଏଇ ମିଶନ ରେ ସଫଳତା ନିଶ୍ଚିତ ମିଳିବ ବୋଲି କହିଥିଲେ l  ଓ ପ୍ରତି ରୋଗୀ ଙ୍କ ସହ ଜିଲ୍ଲାପାଳ ଦୁଃଖ ସୁଖ ହୋଈ ଉତ୍ସାହିତ କରିଥିଲେ l କାଯ୍ୟକ୍ରମ ରେ ପିପୁଲସ ଫୋରମ ର କାଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ ମାନସିକ ରୋଗୀ ର ଚିକିତ୍ସା ପାଇଁ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ ଙ୍କ ଭଳି ସଂବେଦନଶୀଳ ମନ ଟିଏ ହେବା ଜରୁରୀ ବୋଲି କହିଥିଲେ l  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ କହିଥିଲେ ଯେ, ମାନସିକ ବିକାର ଗ୍ରସ୍ତ, ମସ୍ତିଷ୍କ ପକ୍ଷାଘାତ ଓ ମାନସିକ ଅସୁସ୍ଥତା ଭଳି ଅସହାୟ ମହିଳା ଓ ପୁରୁଷ ମାନଙ୍କ ନିମନ୍ତେ ଏହି ଥଇଥାନ କେନ୍ଦ୍ର ଉଦ୍ଧିଷ୍ଟ। ଏଠାରେ ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ, ରହିବାର ବ୍ୟବସ୍ଥା ସାଙ୍ଗକୁ ଉପଯୁକ୍ତ ଚିକିତ୍ସା ଓ ଧନ୍ଦା ମୂଳକ ତାଲିମ ଦିଆଯିବ।

ଯାହା ଦ୍ୱାରା ମହିଳା ଓ ପୁରୁଷମାନେ ପରବର୍ତ୍ତୀ ସମୟରେ ଆତ୍ମ ନିର୍ଭରଶୀଳ ହୋଇପାରିବେ।  ମାନସିକ ରୋଗୀ ଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଗୋଟେ ଗୋଟେ କିଟ୍ସ ଜିଲ୍ଲାପାଳ ଙ୍କ ଦ୍ବାରା ପ୍ରଦାନ କରଯାଇଥିଲା l
 ଆଜିର ଏହି ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ  (ରାଜସ୍ବ )  ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ - ଶ୍ରୀମତୀ  ଉଷାରାଣୀ ଦାଶ, ଜିଲ୍ଲା ଆଇନ ସେବା କର୍ତ୍ତୃତ୍ୱ ସଚିବ - ଦେବାଶିଷ ଦାଶ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ - ଶ୍ରୀମତୀ ଅନୁପମା ପଣ୍ଡା ଏ ଡି ଏମ୍ ଓ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଏ ଡି ଏମ୍ ଓ ରମେଶ ଚନ୍ଦ୍ର ସ୍ବାଇଁ, ଏ ଡି ଏମ୍ ଓ ଡାକ୍ତର ଦୁର୍ଗା ଦତ୍ତ ଦାଶ, ଡ଼କ୍ଟର ତ୍ରିବିକ୍ରମ ପାଣ୍ଡିଆ, ଡାକ୍ତର ପଦ୍ମ ହଂଶା ଦୋରା, ସମସ୍ତ ବ୍ଳକ୍ ର ସି ଡି ପି ଓ, ସମାଜ ସେବୀ ମନୋଜ କୁମାର ପଣ୍ଡା, ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ପି ଏଲ୍ ଭି ଷ୍ଟାଫ୍, ଅଙ୍ଗନ୍ ୱାଡ଼ି କର୍ମୀ ଓ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ଏହି ଅବସର ରେ ପିପୂଲ୍ସ ଫୋରମ୍ ପକ୍ଷରୁ ଜିଲ୍ଲାପାଳ ଡ଼.ସାହୁ ,  ଏ ଡି ଏମ୍ ଶ୍ରୀମତୀ ପଧାନ, ଡାକ୍ତର ପାଣ୍ଡିଆ  ଓ  ଡି ଏସ ଡବ୍ଲୁ ଓ ଶ୍ରୀମତୀ ପଣ୍ଡା ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like