-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
01-Nov-2025
ନୂଆପଡା ଉପ ନିର୍ବାଚନ ତିନି ଦଳ ପ୍ରଚାର ଜୋର କରିଥିବା ବେଳେ ମହୋଲ ସରଗରମ, ଷ୍ଟାର ପ୍ରଚାରକ ସହ କଂଗ୍ରେସ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ନିର୍ବାଚନ ପ୍ରଚାର କରିଛନ୍ତି। ନୂଆପଡ଼ା ବ୍ଲକ୍ ୭ ନମ୍ୱର୍ ଜିଲ୍ଲା ପରିଷଦ ଜୋନ୍ ରେ ନିର୍ବାଚନ ପ୍ରଚାର କରିଥିବା ବେଳେ ଷ୍ଟାର ପ୍ରଚାରକ ମାନେ ଯୋଗ ଦେଇ ନୂଆପଡ଼ା ସ୍ଥାନୀୟ ପ୍ରାର୍ଥୀ ଙ୍କୁ ଲୋକ ଭୋଟ ଦେବାପାଇଁ ମାନନ୍ତ୍ କରିଥିବା କଂଗ୍ରେସ ରାଜ୍ୟ ସଭାନେତ୍ରୀ ପ୍ରକାଶ କରିଚନ୍ତି।ଆଜି ନୂଆପଡ଼ା ବ୍ଳକ ଜିଲ୍ଲା ପରିଷଦ ଜୋନ ୭ରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ପ୍ରଚାର କରିଛନ୍ତି । ଆମାନାରା, ଖଲନା, ପାତାଳଘୁଟକୁରି, ମୋହରଡ଼ିହି, ଘଇଁଶାତାଳ, କେନ୍ଦୁବାହାରା, ବ୍ରାହ୍ମଣୀ, ସିରିବିଡ଼ି, ମୁଷରଙ୍ଗୀ, ଡାଲିପଖାନ ଗାଁରେ ଭୋଟ ଭିକ୍ଷା କରିଥିଲେ । ରାଜ୍ୟ ପ୍ରାଭାରୀ ଅଜୟ ଲଲଲୁ, ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଷ୍ଟାର ପ୍ରଚାରକ ଅନିତା ବିଶ୍ବାଳ ଓ ସୁନିତା ବିଶ୍ବାଳ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତୁଲେଶ୍ବର ନାଏକ, ପୂର୍ବତନ ବ୍ଳକ ଅଧ୍ୟକ୍ଷା ସିଦ୍ଧେଶ୍ବରୀ ଠାକୁର, ବିଜୟାନନ୍ଦ ଚଉଳିଆ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଚନ୍ଦ୍ର ଶଗରିଆ, ଯୁବନେତା କମଳ ତାଣ୍ଡି, ଜିଲ୍ଲା ମିଡ଼ିଆ ସେଲ ସୁଧିର ମିଶ୍ର।