-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
31-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସକାଳ ପାଇଲେ ଅର୍ଥାତ ଶନିବାର ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠରେ ଅନୁଷ୍ଟିତ ହେବ ଦଶମୀ ଯାତ୍ରା।ସେଥିପାଇଁ ସାରା ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଛି ।ଆଜିଠାରୁ ଘଣ୍ଟ,ଶଙ୍ଖ ଧ୍ୱନି ଗୁଞ୍ଜରଣ ହୋଇଥିବା ବେଳେ ଭକ୍ତଙ୍କ କୋଳାହଳ ଓ ଜୟ ଜୟ ଧ୍ୱନି ପରିବେଶକୁ ପ୍ରକମ୍ପିତ କରୁଛି ।ସୂଚନା ଯୋଗ୍ୟ ଯେ ଏହି ଦିନ ବାବା କପିଳେଶ୍ୱର ଙ୍କୁ ବର ମାଗିବା ପାଇଁ ବିଭିନ୍ନ ଗ୍ରାମରୁ ଛତର ସହ ବରୁଆଁ ନୃତ୍ୟଙ୍ଗନା କରି ଆସିଥାନ୍ତି ।ସେହିପରି ମନ୍ଦିର ପରିସରରେ ଥିବା ମାଁ ଚରଦେଇଙ୍କୁ ଢୋଲ,ନିଶାଣର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ କଲାସୀ କୁଠୀକୁ ନିଆଯାଏ ।ଫଳରେ ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମିଥାଏ।