-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||     

HOME   ଜିଲ୍ଲା

ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣାରେ ୯ ମାସରେ ଗଲାଣି ୬୭ ଜୀବନ:  ୭୮୧ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ସ୍ଥଗିତ,    ୧୪୦୭୬୮୭୪ ଟଙ୍କା ଜରିମାନା ଆଦାୟ                                                                             

31-Oct-2025



ବୌଦ୍ଧ(ନରେନ୍ଦ୍ରସାହୁ):  ବୌଦ୍ଧ ଜିଲ୍ଲାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଗତ ୯ ମାସ ମଧ୍ୟରେ ୧୦୯ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬୭ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୭୯ ଜଣ ଗୁରୁତର ହୋଇଥିଲେ ଓ ୧୪ ଜଣ ଆହତ ହୋଇଥିଲେ । ଗତ ତିନି ବର୍ଷର ରିପୋର୍ଟକୁ ଦେଖିଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲାରେ ୨୦୨୩ ମସିହା ୧୪୦ଟି ସଡକ ଦୁର୍ଘଟଣା ଘଟି ୬୮ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୭୪ ଗୁରୁତର ଓ ୫୦ ଜଣ ଆହତ ହୋଇଥିବା ଜଣାପଡିଛି । ୨୦୨୪ ମସିହାରେ ୧୪୦ଟି ଦୁର୍ଘଟଣା ଘଟି ୬୬ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୨୧ ଗୁରୁତର ଓ ୪୪ ଜଣ ଆହତ ହୋଇଥିବା ଜଣାପଡିଛି । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ନିଷ୍ପତି ନିଆଯାଉଥିଲେ ମଧ୍ୟ ଯୋଜନା ସବୁ ଫେଲ ମାରୁଛି । ଏମାନିଆ ଗାଡି ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇ ଡ୍ରାଇଭିଙ୍ଗ ଲାସେନ୍ସ ମଧ୍ୟ ସ୍ଥଗିତ ବା ରଦ୍ଧ କରାଯାଇଥିଲେ ମଧ୍ୟ ସଡକ ଦୁର୍ଘଟଣା କମିବାର ନା ଧରୁନାହିଁ । ଜିଲ୍ଲାରେ ଗତ ୯ ମାସ ମଧ୍ୟରେ ୪୯୧୨ ଜଣଙ୍କ ଚାଲାଣ କଟାଯାଇ ୧.୪୦୭୬୮୭୪ ଟଙ୍କା ଜରିମାନା ବାବଦକୁ ସଂଗ୍ରହ କରାଯାଇଥିବା ବେଳେ ୭୮୧ ଜଣଙ୍କ ଲାଇନ୍ସ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ,ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀ ମାସରେ ୧୪ ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ ଜଣଙ୍କର ପ୍ରାଣହାନୀ ଘଟିଛି ଓ  ୧୦ ଜଣ ଗୁରୁତର ହୋଇଥିବା ବେଳେ  ୪ ଜଣ ଆହତ ହୋଇଛନ୍ତି । ଫେବୃଆରୀ ମାସରେ ୧୬ ଟି ସଡକ ଦୁର୍ଘଟଣା ଘଟିଥିଲା ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୧ ଜଣ ଗୁରୁତର ଆହତ ହୋଇଥିଲେ ଏବଂ କେହି ଆହତ ହୋଇଥିଲେ । ମାର୍ଚ୍ଚ ମାସରେ ୧୭ଟି ସଡକ ଦୁର୍ଘଟଣାରେ ୧୦ ଜଣଙ୍କର ଜୀବନ ଯାଇଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ୨ ଜଣ ଆହତ ହୋଇଥିଲେ । ଏପ୍ରିଲ ମାସରେ ୧୮ ଦୁର୍ଘଟଣା ଘଟିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ୯ ଜଣ ଗୁରୁତର ହୋଇଥିବା ବେଲେ ୧ଜଣ ଆହତ ହୋଇଛନ୍ତି । ସେହିପରି ମେ ମାସରେ ୮ଟି ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୫ ଗୁରୁତର ହୋଇଥିବା ବେଲେ ୧ ଜଣ ଆହତ ହୋଇଛନ୍ତି । ଜୁନ ମାସରେ ସର୍ବନିମ୍ନ ୨ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨ଜଣ ଗୁରୁତର ହୋଇଛନ୍ତି । ଜୁଲାଇ ୧୪ଟି ସଡକ ଦୁର୍ଘଟଣା ଘଟି ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୯ ଜଣ ଗୁରୁତର ଓ ୩ ଜଣ ଆହତ ହୋଇଛନ୍ତି । ଅଗଷ୍ଟ ମାସରେ ୧୫ଟି ଦୁର୍ଘଟଣା ଘଟିଥିବା ବେଳେ ୧୨ ଜଣଙ୍କ ଜୀବନ ଯାଇଛି ୫ ଜଣ ଗୁରୁତର ଓ ୩ ଜଣ ଆହତ ହୋଇଛନ୍ତି । ସେହିପରି ସେପ୍ଟେମ୍ବର ମାସରେ  ୫ ଦୁର୍ଘଟଣା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଜଣ ଗୁରୁତର ହୋଇଛନ୍ତି । ଚଳିତ ବର୍ଷର ଗତ ୯ ମାସର ମୃତ୍ୟୁ ସଂଖ୍ୟା ତଥ୍ୟକୁ ଆକଳନ କଲେ ଜିଲ୍ଲାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଉଦବେଗ ଜନକ ସ୍ଥିତିରେ ପହଂଛି । ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟରାଜପଥରେ ଅଧିକ ଦୁର୍ଘଟଣା ଘଟି ଅଧିକ ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । ଏହି ଜାତୀୟ ରାଜପଥରେ ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ ଦୁର୍ଘଟଣାମାନ ଘଟୁଛି । ସେହିପରି ଜିଲ୍ଲାରେ ଥିବା ରାଜ୍ୟ ରାଜପଥରେ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ଜିଲ୍ଲାରେ ସଡକ ଦୁର୍ଘଟଣାରେ ପ୍ରତି ବର୍ଷ ବହୁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଦୁର୍ଘଟଣାର ଅନେକ କାରଣ ଥିଲେ ମଧ୍ୟ ବିଶେଷ ଭାବରେ ବେପରୁଆ ଗାଡିଚାଳନା, ଅତ୍ୟଧିକ ମଦ୍ୟପାନ କରି ଦ୍ରୁତ ଗତିରେ ଗାଡିମୋଟର ଚଳାଇବା, ଟ୍ରାଫିକ୍ ନିୟମକୁ ଅଣଦେଖା କରି ବେପରୁଆ ଗାଡିମଟର ଚଳାଇବା, ଓଭରଟେକ କରିବା,ରାଜପଥରେ ବିଭିନ୍ନ ସ୍ଥାନରେ ଘର କରଣା ଜିନିଷ ରଖି ରାସ୍ତାକୁ ଅବରୋଧ କରି ରଖିବା ଫଳରେ ରାସ୍ତାଟି ଅଣଓସାରିଆ ହୋଇଯାଉଛି । ଯାହାଦ୍ୱାରା ଏଭଳି ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି । ସେହିପରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗୁଡିକର ବିଭିନ୍ନ ସ୍ଥାନରେ ଗାତ ଏବଂ ପିଚୁ ଉଠି ଖାଲ ହୋଇଥିବା ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ଏପରକି ଅନେକ ସ୍ଥାନରେ ଦିଆଯାଇଥିବା ହମ୍ପ ଗୁଡିକର ଠିକ ଭାବରେ ଚିହ୍ନଟ ନ ହେବା ଫଳରେ ଏଥିରେ ମଧ୍ୟ ଦୁର୍ଘଟଣା ଘଟୁଛି । ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକର ମରାମତି ଆବଶ୍ୟକତା ରହିଥିଲେ ମଧ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉନାହିଁ ବୋଲି ଅଭିଯୋଗ ହେଉଛି । ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ଗୁଡିକ ପଛରେ ଅନେକ କାରଣ ରହିଥିଲେ ମଧ୍ୟ ତାର ସମାଧାନ ପାଇଁ ଗୁରୁତ୍ୱ ଦିଆଗଲେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ସହିତ ଧନ ଜୀବନର ରକ୍ଷା ମଧ୍ୟ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀରେ ମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026
  ଜିଲ୍ଲା  
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ   18-Jun-2026

You Might Also Like