-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||     

HOME   ଜିଲ୍ଲା

ଶିକ୍ଷା ଓ ପାନୀୟଜଳ ସୁବିଧା ଦାବିରେ ଗଡଶଙ୍କରଡୁଙ୍ଗୁରିପାଲି ବିସ୍ଥାପିତ କଲୋନୀବାସୀଙ୍କ ରାସ୍ତା ଅବରୋଧ

29-Oct-2025



ବଲାଙ୍ଗୀର- ପୂର୍ବରୁ ସଦେଇପାଲି ବିସ୍ଥାପିତ କଲୋନୀବାସୀ ପାଣିୟଜଳ ପାଇଁ ଆନ୍ଦୋଳନକୁ ଓହ୍ଲାଇ ମୁଖ୍ୟନିର୍ମାଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଉ ଏବେ ଝାଙ୍କରପାଲି ମୌଜାରେ ନୂଆକରି ଗଢିଉଠିଥିବା ଗଡଶଙ୍କରଡୁଙ୍ଗୁରିପାଲି ବିସ୍ଥାପିତ କଲୋନୀରେ ସ୍କୁଲ ଓ ପାନୀୟଜଳ ସୁବିଧା ନଥିବାରୁ କଲୋନୀବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶହଶହ ସଂଖ୍ୟାରେ ବିସ୍ଥାପିତମାନେ ଆଜି ସକାଳ ୮ଟାରେ ବଲାଙ୍ଗୀର-ପାଟଣାଗଡ ରାଜ୍ୟରାଜପଥ-୪୬କୁ ଦୀର୍ଘ ଦୁଇଘଣ୍ଟା କାଳ ଅବରୋଧ କରିଥିଲେ । ଫଳରେ ଶହଶହ ସଂଖ୍ୟାରେ ଗାଡି ଯିବାଆସିବା କରିନପାରି ରାସ୍ତାର ଉଭୟପଟେ ଅଟକି ରହିଥିଲା । ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ପ୍ରତିଶୃତି ପ୍ରତାରଣା ପାଲଟିଯାଇଛି । ବର୍ଷ ବର୍ଷ ଧରି କେବଳ ପ୍ରତିଶୃତି ଦିଆଯାଇ ବିସ୍ଥାପିତ ପରିବାରମାନଙ୍କୁ କେବଳ ଠକାଯାଉଛି ବୋଲି ଅଭିଯୋଗ ଉଠାଇଛନ୍ତି । ବିସ୍ଥାପିତଙ୍କ ଦୁଃଖ ବଢିଚାଲିଛି । ତେବେ ଆସନ୍ତା ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲ ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ।
  ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲାର ମାଗୁରବେଢାଠାରେ ଲୋୟରସୁକତେଲ ଜଳସେଚନ ପ୍ରକଲ୍ପରେ ୨୯ଖଣ୍ଡ ଗ୍ରାମର ୧୧ହଜାର ପରିବାର ବିସ୍ଥାପିତ ହୋଇଛନ୍ତି । ଏମାନଙ୍କ ପାଇଁ ପ୍ରାୟ ୮ଟି କଲୋନୀରେ ନିର୍ମାଣ କରାଯାଇ ଥଇଥାନ କରାଯାଇଛି । ତେବେ କୌଣସି ବିସ୍ଥାପିତ କଲୋନୀରେ ଆବଶ୍ୟକ ମୌଳିକ ସୁବିଧା ନାହିଁ । ନୀୟମ କହୁଛି ବିସ୍ଥାପିତମାନଙ୍କ ପାଇଁ ଥଇଥାନ କଲୋନୀରେ ଆବଶ୍ୟକ ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,ଗମନାଗମନର ସୁବିଧା କରାଯାଇ ସେମାନଙ୍କୁ ସସମ୍ମାନେ ବିସ୍ଥାପିତ କରାଯିବ । କିନ୍ତୁ ଗତ ୨୦୨୩ ମସିହାରେ କୌଣସି ମୌଳିକ ସୁବିଧା ନଥାଇ ଡେମରେ ପାଣିରଖି ପୋଲିସ ଲଗାଇ ବିସ୍ଥାପିତ ପରିବାରମାନଙ୍କୁ ଭୟଦେଖାଇ ପ୍ରଶାସନ ବିସ୍ଥାପିତ କରିଦେଇଥିଲା । ସେହିଦିନରୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତ ପରିବାରମାନେ ପିଲାଛୁଆକୁ ଧରି ଆସି କଲୋନୀରେ ରହିଛନ୍ତି । ବୁଡିଥିବା ଗ୍ରାମ ମଧ୍ୟରେ ଐତିହ୍ୟସମ୍ପନ୍ନ ସର୍ବବୃହତ ଗ୍ରାମ ଗଡଶଙ୍କରଡୁଙ୍ଗୁରୀପାଲି ଗ୍ରାମବାସୀଙ୍କୁ ଆଣି ସଦରବ୍ଲକ ଅନ୍ତର୍ଗତ ଝାଙ୍କରପାଲିଠାରେ ରଖାଗଲା । ବଲାଙ୍ଗୀର-ପାଟଣାଗଡ ରାସ୍ତାକଡରେ ଏକ ଜଙ୍ଗଲଜମିକୁ ସମତୁଳ କରି କଲୋନୀ ନିର୍ମାଣ ହେଲା । ଲୋକମାନଙ୍କୁ ଆଣି ପ୍ରଥମେ ଟିଣଘରେ ରଖାଗଲା । ବହୁକଷ୍ଟରେ ଲୋକମାନେ ଭୟରେ ରହିଲେ । କିନ୍ତୁ କଲୋନୀରେ ଆଜି ପର୍ଯ୍ୟନ୍ତ ସ୍କୁଲଟିଏ କିମ୍ବା ପାନୀୟଜଳର ବ୍ୟବସ୍ଥା କରାଯାଇ ପାରିଲା ନାହିଁ । ପ୍ରାୟ ୩୦୦ ପରିବାରକୁ ଏଠାରେ ରଖାଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମୌଳିକ ସୁବିଧା କରାଯାଇ ପାରିନାହିଁ । ପ୍ରଶାସନ ମିଥ୍ୟା ପ୍ରତିଶୃତି ଦେଇ ଚାଲିଥିଲା । କିନ୍ତୁ ଶେଷରେ ଆଜି ଲୋକମାନେ ତାତିଲେ । ପ୍ରଶାସନକୁ ଆଉ ଭରସା ନକରି ରାଜରାସ୍ତାକୁ ଓହ୍ଲାଇଲେ । ଆଜି ସକାଳ ପ୍ରାୟ ୮ଟାରୁ ୧୦.୧୫ ପର୍ଯ୍ୟନ୍ତ ୨ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରାଜପଥକୁ

କଲୋନୀ ପାଖରେ ଅବରୋଧ କରିବ ରଖିଥିଲେ । ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ ପଟେଲ ଓ ସଦର ଆଇଆଇସି ପହଞ୍ଚି ସେମାନଙ୍କ ସହିତ ଆଲୋଚନାକରି ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା । ଆସନ୍ତା ୭ଦିନ ଭିତରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ତେବେ ଗଡଶଙ୍କରଡୁଙ୍ଗୁରୀପାଲିରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଥିଲା । ଏହା ସହିତ ସୁକତେଲ ନଦୀରୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଥିଲା । କିନ୍ତୁ ଯେଉଁ ପ୍ରକଲ୍ପ ପାଇଁ ହଜାର ହଜାର ଲୋକ ବିସ୍ଥାପିତ ହେଲେ ସେହି ବିସ୍ଥାପିତ ପରିବାରକୁ ଆଉ ପାଣି ମୁନ୍ଦିଏ ମଧ୍ୟ ପିଇବାକୁ ମିଳୁନାହିଁ । କେବଳ ନଳକୂଅ ଉପରେ ଭରସା କରିବାକୁ ପଡୁଛି ବୋଲି ବିସ୍ଥାପିତ କଲୋନୀବାସୀ କ୍ଷୋଭପ୍ରକାଶ କରିଛନ୍ତି । ସେହିପରି ଗାଁରେ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଦୀର୍ଘ ୩କିମି ଦୂରକୁ ସିଆଲବାହାଲି କିମ୍ବା ଅନ୍ୟ ଗାଁର ସ୍କୁଲକୁ ଯିବାକୁ ପଡୁଛି । ଅଭିଭାବକମାନେ ରୋଜଗାର ପାଇଁ ଯିବେ ନାଁ ସ୍କୁଲକୁ ପିଲାଙ୍କୁ ପାଠପଢାଇନେବେ ବୋଲି ପ୍ରଶ୍ନ କରୁଛନ୍ତି । ଆଜି ଏହି ଆନ୍ଦୋଳନରେ ଗଡଶଙ୍କରଡୁଙ୍ଗୁରୀପାଲି କଲୋନୀର ଯଜେ୍ଞଶ୍ୱର ବିଶ୍ୱାଳ,ବିନାୟକ ସାହୁ,ରାମପ୍ରସାଦ ଚାନ୍ଦ,ମୀନକେତନ ଚାନ୍ଦ,ଭରତ ସାହୁ,ବୁଡିଅଞ୍ଚଳ ସଂଗ୍ରାମ ପରିଷଦର ସତ୍ୟ ବନଛୋରଙ୍କ ସହିତ ଶତାଧିକ ପୁରୁଷ,ମହିଳା ତଥା ଛାତ୍ରଛାତ୍ରୀମାନେ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026

You Might Also Like