-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
28-Oct-2025
ଗୋଲାମୁଣ୍ଡା (ଅରବିନ୍ଦ ସାହୁ) କେତେ ତାତ୍ପରତାର ସହିତ ଚାଷୀ କାମ କରି ଫସଲ ଉତ୍ପାଦନ କରେ ଓ ତାର ପରିବାର ପ୍ରତିପୋଷଣ କରି ସେ ଖୁସିରେ ରହିବାକୁ ଚାହେଁ ,ହେଲେ ଦୈବୀ ଦାଉ ସାଜିଲେ କଣ ବା କରିବା ବିଚରା ଚାଷୀ | ଏତେ ଜୋର ରେ ପବନ ସାଙ୍ଗକୁ ବର୍ଷା ହୋଇ ଧାନ ଚାଷକୁ ନଷ୍ଟ କରିବାରେ ଲାଗିଛି ,ବିଲରେ ପ୍ରାୟ ଧାନ ଗଛ ଶୋଇ ପଡିଛି l ଫଲରେ ଧାନ ଗୁଡିକ ଗଜା ହେବାରେ ଲାଗିବ | ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୁହୁରା ଗ୍ରାମ ପଞ୍ଚାୟତର କେନ୍ଦୁମୁଣ୍ଡୀ ଗାଁ ରେ l ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି | ଏବଂ ଆଗକୁ ଆହୁରି ବର୍ଷା ହେଲେ ଆହୁରି ବେଶୀ ନଷ୍ଟ ହେବ ବୋଲି ଚାଷୀଙ୍କ ମନରେ ଛାନିଆ ସୃଷ୍ଟି ହୋଇଛି |