-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
26-Oct-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ବଜାର ପରିସରରେ ନିତାଇ ମଟାରି ଆହ୍ୱାନ କ୍ରମେ ଯାଦବ ସମାଜ ର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଖପାଖ ଗାଁ ର ସମସ୍ତ ପ୍ରାୟ ୯ ଟା ଗ୍ରାମ ରୁ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏବଂ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ସଭାପତି ଭାବରେ ବିଭୁତି ମଟାରି, ସଂପାଦକ ରସିକ ନାଗ, କୋଷାଧ୍ୟକ୍ଷ ନିତାଇ ମଟାରି ଏବଂ ସାତ ଟି ସଦସ୍ୟ ମାନଙ୍କୁ ନେଇ କମିଟି ଗଠନ କରାଯାଇଛି ୯ ଖଣ୍ଡ ଗ୍ରାମ ରୁ ଚୟନ କରାଗଲା । ଇଚ୍ଛାପୁର ଠାରେ ହେବାକୁ ଥିବା ମାଁ ସମଲେଶ୍ଵରୀ ମନ୍ଦିର ପୂନ୍ର ବାର କାର୍ଯ୍ୟ କରିବାପାଇଁ ପ୍ରସ୍ତାବ ରଖାଗଲା। କର୍ଲାଯୋରୀ, ଡୁମ୍ବେରପାଲି,ଚମ୍ଫାଡୁଲି, ଇଚ୍ଛାପୁର,ସାନ୍ ଫଟାମୁଣ୍ଡା, କନ୍ଦୁମୁଣ୍ଡା,ସାହାଜବାହାଲ ରୁ ଆସି ଆଲୋଚନା ହୋଇଥିଲା। ପରେ ପରେ ଜୟ ଯାଦବ ଜୟ ମାଧବ ନାରା ରେ କମ୍ପି ଥିଲା ।