-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
21-Mar-2025
ନବରଙ୍ଗପୁର:(ମିହିର ଶଙ୍କର ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ାରେ ସେହି ଗ୍ରାମ ଜଣେ ଯୁବକ ୮୦ ହଜାର ଲିଟର ପାଣି ଟାଙ୍କି ଭିତରେ ପରିସ୍ରା କରିବା ସହ ଛେପ ପକାଇଛନ୍ତି। ଯୁବକ ଜଣକ ଏଭଳି କାମ କରିବାରୁ ଗ୍ରାମବାସୀ ଉକ୍ତ ପାଣି ଟାଙ୍କିରୁ ୫ ଦିନ ହେଲା ପାଣି ବ୍ୟବହାର କରୁ ନାହାନ୍ତି। ଏ ନେଇ ଗ୍ରାମରେ ବୈଠକ କରାଯାଇ ସଂପୃକ୍ତ ଯୁବକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତେ ମତାମତ ଦେଇଛନ୍ତି। ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କୁ ବୈଠକରେ ଡାକିଥିଲେ ସୁଦ୍ଧା ସେ ଏହାକୁ ଅଣଦେଖା କରିଛନ୍ତି।