-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2025
ଟିକାବାଲି(ରାଜ କିଶୋର ପ୍ରଧାନ): କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ.ସି.ଏସ. ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସ୍ନାତକ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା ।ଛାତ୍ରୀମାନେ ହଠାତ୍ କୌଣସି ପ୍ରକାର ଆକ୍ରମଣର ଶିକାର ହେଲେ , ନିଜେ କିପରି କୌଶଳ ରେ ମୁକୁଳି ପାରିବେ ତାହା ପ୍ରଶିକ୍ଷଣ ଦିଆଯାଇଥିଲା । ମାଷ୍ଟର ଟ୍ରେନର ସୁଶ୍ରୀ ଜ୍ୟୋତିର୍ମୟୀ ପ୍ରଧାନ,ପ୍ରବୀଣ ସାହୁ ପ୍ରଶିକ୍ଷଣ ଦେଇ ଥିଲେ । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ବ କରି
ଛାତ୍ରୀମାନେ ମାନସିକ ଓ ବୌଦ୍ଧିକ ସ୍ତରରେ ସୁଦୃଢ ହେଲେ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।ମୁଖ୍ୟ ଅତିଥି ଭାବେ ଫୁଲବାଣୀ ମହାବିଦ୍ୟାଳୟର ଅଧ୍ୟାପିକା ସୁଶ୍ରୀ ଆଦ୍ୟାଶ। ମହାନ୍ତି ଯୋଗ ଦେଇ ନାରୀ ସଶକ୍ତ ହେଲେ ଦେଶ ସଶକ୍ତ ହେବ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ନରେନ୍ଦ୍ର ଦିଗାଳ, ଜ୍ଞାନ ରଞ୍ଜନ ଭୋଇ, କେ.ସୋନା ରାଓ,ଶ୍ରୀ ସୁମନ୍ତ ସାହୁ ଓ ଅଧ୍ୟାପିକା ଚମ୍ପା ସୋରେନ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମର ସଂଯୋଜିକା ଭାବେ ଅଧ୍ୟାପିକା ଶିବାନୀ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।