-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ପ୍ରତି ବର୍ଷ ଭଳି ସିରଜିନା ଉତ୍ସବ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଭେଉଁରିଆ ଗ୍ରାମରେ ଆସନ୍ତା ଏପ୍ରିଲ ୩ ତାରିଖ ଦିନ ପାଳନ କରାଯିବ।
ଏହି ଅବସରରେ ସିରଜିନା ସମ୍ମାନରେ ସମ୍ମାନିତ ହେବେ ସମ୍ବଲପୁରୀ ଭାଷା ସାହିତ୍ୟ ଜଗତର ବିଶିଷ୍ଟ କବି, ସମାଲୋଚକ, ଗାଳ୍ପିକ ତଥା ଗବେଷକ ଶ୍ରୀ ଉତ୍ପନ୍ନ ଭୋଇ। ସିରଜିନା ଅଭିନୟ ସମ୍ମାନ ଶ୍ରୀ ଆଶିଷ କୁମାର ବୈକାର, ସିରଜିନା ଗଳ୍ପ ସମ୍ମାନରେ ସମ୍ମାନିତ ହେବେ ଶ୍ରୀ ତେଜରୁ ବାରିକ,କବିତା ସମ୍ମାନ ଶ୍ରୀ ହରି ଲାଲ୍ ସାହୁ ଓ ଶ୍ରୀ ଅଧିକାରୀ ସା , ନୁଆ ମୁଁହୁ ସମ୍ମାନ ପାଇବେ ଲିପ୍ସା ବାରିକ ଓ ତନ୍ମୟ ମିଶ୍ର ଓ ଆମ ଅଞ୍ଚଳର ଜଣାଶୁଣା ସମ୍ବଲପୁରୀ ନନି ଆକାଂକ୍ଷା ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଅର୍ଚ୍ଚନା ଦାଶ ପଟ୍ଟନାୟକ ବିଶିଷ୍ଟ ଗାୟିକା ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।