-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
12-Mar-2025
ଦିଗପହଣ୍ଡି ଥାନା ଅର୍ନ୍ତଗତ ଗୋକର୍ଣପୁର ମୁଖ୍ୟ ରାସ୍ତା ରେ ଥିବା ପ୍ରହଲ୍ଲାଦ ଡାକୁଆ ଙ୍କ ଔଷଧ ଦୋକାନ ଉପରକୁ ବୋମାମାଡ଼ କରି ଚମ୍ପଟ୍ ମାରିଥିବା ଦୁଇ ଯୁବକ ଶିବା ରେଡ଼ି ଓ ଚିନ୍ତାମଣି ରେଡ଼ି କୁ ପୋଲିସ ମାମଲା ନଂ ୯୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଦ୍ବୟ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ପୁର୍ବ ଶତୃତା କୁ ନେଇ ଏହି ବୋମାମାଡ଼ ଘଟଣା ଘଟିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ହାଇସ୍କୁଲ ରେ ପଢୁଥିବା ଜନୈକା ନାବାଳିକା ର ଅଶ୍ଳୀଳ ଫଟୋ କୁ ଭାଇରାଲ୍ ଘଟଣା କୁ ନେଇ ଗ୍ରାମର କିଛି ଲୋକଙ୍କ ସହ ମିଶି ଦୋକାନୀ ପ୍ରହଲ୍ଲାଦ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଗ୍ରହଣ କରି ପୋଲିସ ଶିବା ରେଡ଼ି, ଜଗନ୍ନାଥ ଦୋରା ଓ ପ୍ରଦ୍ୟୁମ୍ନ ନାୟକ କୁ ଗିରଫ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଶିବା ଘଟଣା ଦିନ ଠାରୁ ଫେରାର ହୋଇଯାଇଥିଲା ଓ ପ୍ରହଲ୍ଲାଦ କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରି ଏହି ବୋମାମାଡ଼ କରିଥିବା ଜଣାପଡ଼ିଛି।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)