-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
12-Mar-2025
ନୂଆଁପଡ଼ା(ପରମେଶ୍ୱର ମେହେର )ନୂଆପଡା ଜିଲ୍ଲା ସିନାପାଲି ଅନ୍ତର୍ଗତ ଖଇରପଦର ଗ୍ରାମର ଗୋପାଳ ମାଝୀଙ୍କ ଏକ ଆମ୍ବଗଛ ବଗିଚା ନିଆଁରେ ଜଳି ଯାଇ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଯଦ୍ଵାରା ପରିବାର ଭାଙ୍ଗି ପଡିଛନ୍ତି । ଏନେଇ ଅସହାୟ ଗରିବ ପରି ବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।ପ୍ରାପ୍ତ ଖବର ଅନୁସାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଉକ୍ତ ବଗିଚା ଗତ ୨୦୨୧ ରେ ଆରମ୍ଭ କରିଥିଲେ। ମୋଟ ୧୬୦ ଗୋଟି ଆମ୍ବ ଚାରା ରୋପଣ କରାଯାଇଥିଲା। ଉକ୍ତ ଗଛ ଗୁଡିକ ଚାରି ବର୍ଷ ରେ ଠିକ ଭାବେ ବଢି ବର୍ତ୍ତମାନ ଫଳ ଦେବା ଅବସ୍ଥାରେ ପହଂଚି ଯାଇଥିଲା। ଆମ୍ବ ଫଳାଇ ବିକ୍ରି କରି ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବ ବୋଲି ପରି ବାର ଆଶା ବାନ୍ଧିଥିଲେ । ହେଲେ କୌଣସି ପ୍ରକାର ରେ ବଗି ଚା ଜଲିଯାଇ ସମ୍ପୂର୍ଣ୍ଣ ନଷ୍ଟ ହେବା ଫଳରେ ପରିବାର ଅସହାୟ ହୋଇ ପଡିଛି । ମନରେଗା ଯୋଜନାରେ ବୃକ୍ଷ ରୋପଣ ବାବଦକୁ କିଛି ପାରିଶ୍ରମିକ ମିଳୁଥିଲା। ଏଭଳି ସ୍ଥିତିରେ ଗୋପାଳର ପରିବାର ଭାଙ୍ଗି ପଡି ଛନ୍ତି । ପରି ବାର କହିଲେ ଗୋପାଳ ମାଝୀ ଓ ତାର ସ୍ତ୍ରୀ ଦୂର ମାଝୀ ଏବଂ ଏକ ମାତ୍ର ଝିଅ ଭୋଜନୀ ମାଝୀ। ଏକ ଗରିବ ପରିବାର ବି ପି ଏଲ ଅନ୍ତର୍ଭୁକ୍ତ ହୋଇଥବା ବେଳେ କୁଳି ମଜୁରୀ କରି ଚଳନ୍ତି । ଆମ୍ବ ବଗିଚା ନିଆଁରେ ଜଳି ନଷ୍ଟ ହେବା ଦ୍ଵାରା ସେମାନଙ୍କ ଆଶା ମଉଳି ଯାଇଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ପରିବାରକୁ
ସରକାରୀ ସହାୟତା ଯୋଗାଇଦେବାକୁ ଦାବି । ଏନେଇ
ବିଭାଗୀୟ ଉଦ୍ୟାନ କୃଷି ଅଧ୍ଯକାରୀଙ୍କୁ ପଚାରି ବାରୁ ଏଭଳି ସ୍ଥିତିରେ ବିଭାଗ ପକ୍ଷରୁ କୌଣସି ସହାୟତା ଯୋଗାଇ ଦେବା ବ୍ୟବସ୍ଥା ନଥିବା ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ
ସାଧାରଣରେ ଦାବି କରିଛନ୍ତି ।