-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
10-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଶତାଧିକ ବାଳିକା ଙ୍କୁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।ଦୀର୍ଘ ୧୫ ଦିନ ଧରି ଅନୁଷ୍ଟିତ ଏହି ପ୍ରଶିକ୍ଷଣ ଶିବିର ପ୍ରତ୍ୟହ ଏକ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିବା ବେଳେ ସୋମବାର ଏହି ଶିବିର ଉଦଯାପିତ ହୋଇ ଯାଇଛି ।
ପ୍ରଶିକ୍ଷିକା ଭାବେ ଝରଣା ଦାଶ ଓ ସ୍ନେହଲତା ମହାରଣା ଯୋଗ ଦେଇ ଛାତ୍ରୀ ମାନେ ନିଜକୁ ନିଜେ କିପରି ସୁରକ୍ଷିତ ରହିବେ ସେ ସମ୍ବନ୍ଧୀୟ ଅନେକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ସ୍କୁଲ ର ରାଣୀ ଲକ୍ଷ୍ମୀ ବାଇ ଆତ୍ମ ରକ୍ଷା ଭାର ପ୍ରାପ୍ତ ଶିକ୍ଷୟିତ୍ରୀ ଦୀପିକା କୁଲୁ ଙ୍କ ସଂଯୋଜନା ରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଆତ୍ମ ସୁରକ୍ଷା ପ୍ରତି ଟି ମହିଳାଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇ ଥିବା ବେଳେ ସ୍କୁଲ ସ୍ତରରୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଜରୁରୀ ଓ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରିଥିଲେ ।