-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2025
(ମିହିର ଶଙ୍କର ପାତ୍ର)
ଡାବୁଗାଁ କଳସ ମଣ୍ଡପ ନିକଟରେ ଆଜି ପାରମ୍ପରିକ "ବେହେରା" ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ର ନିଷ୍ପତ୍ତି ଅନୁସାରେ ଆସନ୍ତା ଏପ୍ରିଲ ୭ ତାରିଖରୁ ଆରମ୍ଭ ହେବ ମାଁ ଠାକୁରାଣୀଙ୍କ ପ୍ରସିଦ୍ଧ ନବଦିନ ବ୍ୟାପୀ କଳସ ଯାତ୍ରା। ଏହି ଅବସରରେ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଓ ସତ୍ୟରଞ୍ଜନ ପାତ୍ର ଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଦେବରାଜ ପାତ୍ର, ଏମ୍ ଆପା ରାଓ, ବରିଷ୍ଠ ଅକିଲ୍ ଜୟନ୍ତ କୁମାର ପାତ୍ର, ନରେଶ ସିଂ ଲାଲ୍, ଗୁପ୍ତ ବିଷୟୀ, କୁନୁ ପାତ୍ର, ଜି ପ୍ରକାଶ ରାଓ, ଦିନେଶ ସିଂ, ତାରିଣୀ ରେଲି, ଭୈରବ ରାଓ, ଜଗନ୍ନାଥ ରେଲି, ପାପନା ରେଲି, ସୁରେନ୍ଦ୍ର ରେଲି, ସନ୍ୟାସୀ ବିଷୟୀ, ବିଶ୍ବ ପାତ୍ର, ରାଜୁ ରେଲି, ବିକ୍ରମ ଗୌଡ, ପୂର୍ଣ୍ଣ ପୂଜାରୀ, ଏବଂ ଡାବୁଗାଁ ତଥା ଡଙ୍ଗରିଗୁଡା ପଞ୍ଚାୟତ ର ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ନବଦିନ ବ୍ୟାପି ମାଁ ଠାକୁରାଣୀଙ୍କ ଯାତ୍ରା ରପରିଚାଳନା କରିବା ପାଇଁ ଗତ ବର୍ଷ ର କମିଟି କୁ ହିଁ ଦାୟିତ୍ଵ ପ୍ରଦାନ କରାଯାଇଥିଲା।