-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||     

HOME   ଜିଲ୍ଲା

ନଅଗାଁ (ଖ) ସ୍ଥିତ ପଲ୍ଲୀ ପାଠାଗାର ଠାରେ ମାଗଣା ଆୟୁର୍ବେଦିକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ l ସ୍ବାସ୍ଥ୍ୟମନ୍ତ୍ରୀ ଙ୍କ ଚିକିତ୍ସା ଶିବିର ପରିଦର୍ଶନ

09-Mar-2025



ଆଗଲପୁର, (ବିନୋଦ ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅ ଗାଁ ଖ ଠାରେ ଥିବା ପଲ୍ଲୀ ଆଲୋକ ପାଠାଗାର ଠାରେ ମାଗଣା ଆୟୁର୍ବେଦିକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ପଲ୍ଲୀ ଆଲୋକ ପାଠାଗାର ଓ ସଂଜୀବନୀ ସେବା ସଂଗଠନ ବଲାଙ୍ଗୀର ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜନ କରା ଯାଇଥିଲା l ଆଜିର ଏହି ସ୍ବାସ୍ଥ୍ୟ ଚିକିତ୍ସା ଶିବିର କୁ ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଯୋଗ ଦେଇଥିଲେ l ତା ସହିତ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପରିଟେଣ୍ଡେଣ୍ଟ ଶ୍ରୀ ଶେଖର ପଧାନ, ଲୋଇସିହା ଡାକ୍ତରଖାନା ର ବରିଷ୍ଠ ଡ଼ାକ୍ତର ଶ୍ରୀ ସଂଜୀବ କୁମାର ବିଶ୍ବାଳ, ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ମନୋଜ ସାହୁ ଓ ସଂଜୀବନୀ ସେବା ସଂଘଠନ ର ସଦସ୍ୟ ସୁନୀଲ ବେହେରା ସମ୍ବାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଆଜିର ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ବହୁ ବରିଷ୍ଠ ଡ଼ାକ୍ତର ବୃନ୍ଦ ଉପସ୍ଥିତ ରହି ରୋଗୀଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ରେ ଓଷଧ ମଧ୍ୟ ବଣ୍ଟନ କରିଥିଲେ। ବରିଷ୍ଠ ଡ଼ାକ୍ତର ମାନଙ୍କ ମଧ୍ୟରେ ହେଲେ ସର୍ବ ଶ୍ରୀ ସଞ୍ଜୀବ କୁମାର ବିଶ୍ବାଳ ଲୋଇସିଂହା, ଡାକ୍ତର ଶ୍ରୀ ସିମାଦ୍ରି ଭୂଷଣ ନାୟକ ଆୟୁର୍ବେଦିକ ମହାବିଦ୍ୟାଳୟ ବଲାଙ୍ଗୀର, ଡାକ୍ତର ଶିବବ୍ରତ ବେହେରା ଓ ଡାକ୍ତର ଶ୍ରୀ ଗଣେଶ ମେହେର ପ୍ରଭୃତି ବରିଷ୍ଠ ଅଧିକାରୀ ମାନେ ଶିବିର ରେ ଯୋଗ ଦେଇଥିଲେ l ଏହାସହ ଅସ୍ଥି ଘନତ୍ଵ, ବ୍ଲଡ଼ ସୁଗାର୍, ମଧୁମେହ ପରୀକ୍ଷା, ରକ୍ତ ଚାପ ପରୀକ୍ଷା  ମାଗଣା ରେ ରୋଗୀ ମାନଙ୍କୁ ସେବା ଦିଆ ଯାଇଥିଲା। ଆଜିର ଏହି ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ବିଶେଷ କରି ବାତ, ସ୍ନାୟୁ ରୋଗ, ସ୍ତ୍ରୀ ରୋଗ, ବାର୍ଦ୍ଧକ୍ୟ ଜନିତ ରୋଗ, ଓ ପେଟ ରୋଗ ସମସ୍ୟାର ଚିକିତ୍ସା ଓ ମାଗଣା ରେ ଔଷଧ ବଣ୍ଟନ କରା ଯାଇଥିଲା l ପଲ୍ଲୀ ଆଲୋକ ପାଠାଗାର ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ l ଶହ ଶହ ସଂଖ୍ୟାରେ ରୋଗୀ ମାନେ ଆସି ଆଜିର ଆୟୁର୍ବେଦିକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ମାଗଣା ସ୍ୱାସ୍ଥ୍ୟ ସେବା ର ସୁଯୋଗ ନେଇ ଚିକିତ୍ସିତ ହେଉ ଥିବାର ଦେଖିବାକୁ ମିଳିଥିଲା। ସମସ୍ତ ରୋଗୀ ତଥା ମାଗଣା ସ୍ବାସ୍ଥ୍ୟ ଶିବିର ରେ ଚିକିତ୍ସିତ ହେଇଥିବା ସମସ୍ତଙ୍କ ପାଇଁ ଭୋଜନ ର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା l ସମସ୍ତେ ଏହି ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ରେ ଉପସ୍ଥିତ ରହି ତାର ଲାଭ ଉଠେଇବାକୁ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ ସୂଚନା ଦେଇଥିଲେ l ଆହୁରି ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ ଯୋଜନା ବିଷୟରେ ଆଲୋକପାତ କରି ଯୋଜନା ର ଲାଭ ନେବାକୁ ନିଜ ଅଭିଭାଷଣ ରେ ସୂଚନା ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026

You Might Also Like