-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
09-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଅଞ୍ଚଳରେ ଗଢି ଉଠିଥିବା କୋଶଳ ପରିବାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ତଥା ବାବା ଧବଳେଶ୍ଵର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସାଇପାଲି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏ ସୁନାମଧନ୍ୟ ଡ଼ା.ସୁଶାନ୍ତ ମେହେର, ସଭାପତି ଡ଼ା.ସୁଦାମ ସାହୁ ମୁଖ୍ୟ ଅତିଥି ଭାବେ ଭାବେ ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାନର ତାତ୍ପର୍ଯ୍ୟ ତଥା ରକ୍ତଦାନରେ କେତେଯେ, ନିରିହ ଲୋକ ଉପକୃତ ହୋଇ ପାରୁଛନ୍ତି ସେ ବିଷୟରେ ମତପୋଷଣ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ପାଦକ ଅଚ୍ୟୁତ ତ୍ରିପାଠୀ ସଭା ପରିଚାଳନା କରିଥିଲେ।କୋଶଳ ପରିବାରର ସଦସ୍ୟ ସର୍ବଶ୍ରୀ:-ବିଜୟ ତ୍ରିପାଠୀ, ସଞ୍ଜିବ ପଧାନ, ଅଜିତ ତ୍ରିପାଠୀ, ସଚିତାନନ୍ଦ ପଧାନ,ରସିକ ମେହେର, ଅଚ୍ୟୁତ ଦାସ, ମହାଦେବ ରଥ, ଅଶୋକ କୁମାର ପୁଝାରୀ ସମସ୍ତ ପ୍ରକାରର ସହଯୋଗରେ ଏହି ମହତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିଲା।