-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
09-Mar-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ପଞ୍ଚାୟତ ସମିତିର ସଦସ୍ୟମାନେ "ମାଇ ଭାରତ" ଓ "ନେହେରୁ ଯୁବ କେନ୍ଦ୍ର" ବରଗଡ ଆନୁକୁଲ୍ୟରେ ଏବଂ ଜାରିଂ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କ ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପଙ୍କଜିନୀ ଦନ୍ତା (ଏମବିକେ),ଶ୍ରୀମତୀ ସବ୍ୟାରାଣୀ ପଧାନ (ଜିପିଏଲଏଫ ପ୍ରେସିଡେଣ୍ଟ) , ଶ୍ରୀମତୀ ରଶ୍ମିତା ନାଗ (ବ୍ୟାଙ୍କ ମିତ୍ର) ମୁଖ୍ୟ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ସମାଜରେ ମହିଳା ମାନଙ୍କର ଭୂମିକା ଏବଂ ସମସ୍ତ ମହିଳା ଏବଂ ବାଳିକାଙ୍କ ଅଧିକାର,ସମାନତା,ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମାଁ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟରେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ଝରଣା ସାହୁ ଏବଂ ନେହେରୁ ଯୁବ କେନ୍ଦ୍ର ବରଗଡର ପୂର୍ବତନ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଅନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ