-+91-9937148622 |
prerana_bgr@rediffmail.com |
Tuesday 10th November 2026 |
R.N.I. Regd No. ODIODI/2010/46693
Breaking News
08-Mar-2025
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅଧିନସ୍ତ ବୁଢ଼ୀପଦର ପଂଚାୟତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଦିବାସୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯାହାକି ମହିଳା ଅନୁକୂଳ ଗ୍ରାମ ପଂଚାୟତ ସରପଞ୍ଚ ଲକ୍ଷ୍ମୀ ପଧାନ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ମହିଳା ସଭା ଅନୁଷ୍ଠିତ ହୋଇଥିଲା l ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟଅତୀଥି ଭାବେ ଯୋଗ ଦେଇଥିଲେ ଦେବୀପ୍ରସାଦ ପରିଡା ପ୍ରୋଗ୍ରାମ ମେନେଜର ପିରାମଲ ଫାଉଣ୍ଡେସନ ବଲାଙ୍ଗୀର, ଆଦର୍ଶ ମହିଳା ଗ୍ରାମ ପଂଚାୟତ ସଭା ଏଡିଈଓ ଜିତେନ୍ଦ୍ରିୟ ସାହୁ, ପିଇଓ ପ୍ରହଲ୍ଲାଦ ବେହେରା ପ୍ରମୁଖ ମଂଚାସୀନ ଥିଲେ l ଆଜିର କାର୍ଯ୍ୟକ୍ରମ ରେ ଆଦିକା ଫୋରମ, ମହିଳାଙ୍କ ଯୋଗଦାନ ଗ୍ରାମସଭା, ବିଭିନ୍ନ କ୍ଷେତ୍ରରେ ପାର୍ଟିସିପେଟ ଦ୍ୱାରା ଯାହାକି ରାଜ୍ୟ ସ୍ତରରେ ଏକ ନମ୍ବର ହୋଇ ରହିବ l
ଏହାସହ ଓମେନ ପ୍ରି ମେଟ୍ରିକ କଳାରସିପ, ଲକ୍ଷ୍ୟକୁ ହାସଲ କରିବା ଆଶା, ଅଙ୍ଗନବାଡି, ଏସଏଚଜୀ ମହିଳା ଙ୍କ ଯୋଗଦାନ କରିବା ଦ୍ୱାରା ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଢି ତୋଳିବାରେ ସାହାଯ୍ୟ କରିବ ବୋଲି ପ୍ରୋଗ୍ରାମ ମେନେଜର ଶ୍ରୀ ପରିଡା ବକ୍ତବ୍ୟ ରଖିଥିଲେ l ଏହାବ୍ୟତୀତ ଏହି ମହିଳା ଦିବସ ଅବସରରେ ଅଙ୍ଗନବାଡି ଓ ଆଶାକର୍ମୀ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନେହା କୁମାରୀ, ଆଶା, ଅଙ୍ଗନବାଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l