-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
18-Feb-2025
ବଲାଙ୍ଗୀର(ପ୍ରେରଣା ଖବର): ପୁଇଁତଲା ବ୍ଲକ ଅନ୍ତର୍ଗତ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିଲିପ ଯୋଶୀଙ୍କ ଅଧ୍ୟକ୍ଷ୍ୟତାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଦଶମ ଶ୍ରେଣୀର ସୃତିରେଖା ନାଏକ, ମିଲନ ଗୁରୁ,ସାହିଲ ବାଗ, ପ୍ରଜ୍ଞାନ ସୁନା, ନିହାରିକା ସେଲମା ନିଜ ବିଦ୍ୟାଳୟ ଅନୁଭୂତି ବର୍ଣ୍ଣନା କରିଥିବାବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା | ଶିକ୍ଷକ ରୋହିତାଶ୍ଵ ଯୋଶୀ, ଶ୍ଯାମାରାଣୀ ମହାପାତ୍ର, ନିତାଇ ନାଏକ, ଜ୍ୟୋତ୍ସ୍ନା ଭୋଇ ନିଜ ବକ୍ତବ୍ୟ ରଖିଥିବା ବେଳେ ପଦ୍ମିନୀ ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ |ଶିକ୍ଷକ ସନାତନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ |