-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ହେଉଛି ବାଲ୍ୟ ବିବାହ, ହେଲେ ହେଉନି ଦଣ୍ଡ ବିଧାନ।ରାଜ୍ୟର ସବୁ ଗାଁରେ ଗାଁ କଲ୍ୟାଣ ସମିତି ପକ୍ଷରୁ କାନ୍ଥ ମାନଙ୍କୁ ଲେଖା ଯାଇଛି "ବାଲ୍ୟ ବିବାହ କୁ ନାଁ "। ଆଉ ମଧ୍ୟ ଲେଖା ଯାଇଛି ୧୮ ବର୍ଷ ରୁ କମ ବାଳିକା ଓ ୨୧ ବର୍ଷ ରୁ କମ ବାଳକ ଙ୍କ ବିବାହ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅଟେ। ଯଦି କୌଣସି ଅବିଭାବକ ନିଜ ପୁଅ କିମ୍ବା ଝିଅ ର ବୟସ ପୂର୍ବରୁ ବିବାହ କରନ୍ତି ତା ହେଲେ ୨ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ।ଏପରି କଡା ଆଇନ ଥାଇ ରାଜ୍ୟରେ ବାଲ୍ୟ ବିବାହ ହେଉଛି । ରାଜ୍ୟରେ ୬ ବର୍ଷରେ ୮ ହଜାର ୧୫୯ ଜଣ ଙ୍କ ବାଲ୍ୟ ବିବାହ ହୋଇଥିବା ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଠି ପ୍ରଶ୍ନ ଉଠେ ବାଲ୍ୟ ବିବାହ କରାଇଥିବା ଅବିଭାବକଙ୍କୁ ହୋଇଛି ତ ଜେଲ ବା ଅର୍ଥ ଦଣ୍ଡ ? ଏ ପ୍ରଶ୍ନ ର ଉତ୍ତର କାହାରି ପାଖରେ ନାହିଁ। ଯଦି ଦଣ୍ଡ ଦିଆଯାଉ ନାହିଁ ତାହେଲେ ଆଇନର ଆବଶ୍ୟକ କଣ ।ସାଧାରଣରେ ଚର୍ଚ୍ଚା ହୁଏ ସବୁ ଗାଁ ରେ ଅଙ୍ଗନବାଡି ଓ ଆଶା କର୍ମୀ ଥିବା ବେଳେ ଗାଁ ରେ ବାଲ୍ୟ ବିବାହ ହେଲେ ଜାଣି ପାରୁ ନାହାନ୍ତି କେମିତି। ସରକାର ଏ ସଂକ୍ରାନ୍ତ ରେ କଠୋର ପଦେକ୍ଷପ ନ ନେଲେ ଆଇନ ଥିବ ଆଉ ବାଲ୍ୟ ବିବାହ ବି ହେଉଥିବ ଏଥିରେ ସନ୍ଦେହ ନାହିଁ।