-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Feb-2025
ନବରଙ୍ଗପୁର-(ମିହିର ଶଙ୍କର ପାତ୍ର) ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସୁଶ୍ରୀ ରଶ୍ମିତା ନେତମ କାର୍ଯ୍ୟରେ ଯୋଗଦେଇଛନ୍ତି। ଏଥି ପୂର୍ବରୁ ସୁଶ୍ରୀ ନେତମ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ଡାବୁଗାଁ ବ୍ଲକରେ ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଭେନ କୁମାର ମଣ୍ଡଳ ଅତିରିକ୍ତ ଦାୟିତ୍ବରେ କାର୍ଯ୍ୟକରି ଆସୁଥିଲେ। ତେବେ ଜଣେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଥିବାରୁ ବିଭିନ୍ନ ସମୟରେ କାର୍ଯ୍ୟାଳୟ କାର୍ଯ୍ୟରେ ଅସୁବିଧା ଦେଖା ଦେଉଥିଲା। ଜଣେ ସ୍ଥାୟୀ ବିଇଓଙ୍କୁ ପାଇବା ପରେ ଶିକ୍ଷକ ମହଲରେ ଖୁସିର ଛାୟା ଖେଳିଯାଇଛି। ଆଜି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବାପରେ ବିଇଓ ରଶ୍ମିତା ନେତମଙ୍କୁ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଫୁଲ ତୋଡା ଦେଇ ଭବ୍ୟ ସ୍ଵାଗତ କରିଥିଲେ। ଏହି ସମୟରେ ବି ଆର ସି ସି ଭଗବାନ ମାଝୀ, ଏବିଇଓ ସନ୍ତୋଷ ସାହୁ, ସି ଆର ସି ସି ଗୁପ୍ତ ପ୍ରସାଦ ନାଗ,ହେମନ୍ତ ପଣ୍ଡା,ପ୍ରସନ୍ନ ଦଣ୍ଡସେନା,ଧନଞ୍ଜୟ ବଡ ଜେନା,ହେମେନ୍ଦ୍ର ବେହେରା ଓ ଗୀତାଞ୍ଜଳି ବସ୍ତିଆ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ।