-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
14-Feb-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ପୋଲିସ ଉପସ୍ଥିତିରେ ଯାତ୍ରା ଦେଖିବାକୁ ଯାଇଥିବା ବ୍ୟକ୍ତିକୁ ନିସ୍ତୁକମାଡ ମାରି ଲହୁଲୁହାଣ କରିଥିବା ଥାନା ରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତିଲେଇମାଲିକୁ ଯାତ୍ରା ଦେଖିବାକୁ କର୍ଲାଜୁରୀ ଗ୍ରାମର ଗଦି ହରିପାଲ ନାମକ ବ୍ୟକ୍ତିକୁ କୌଣସି କାରଣ ନ ଥାଇ ସେହି ଅଞ୍ଚଳର କିଛି ବ୍ୟକ୍ତି ନିସ୍ତୁକ ମାଡ଼ ମାରିଥିଲେ l ଗୁରୁତର ବ୍ୟକ୍ତିକୁ ହସ୍ପିଟାଲକୁ କୌଣସି ବ୍ୟବସ୍ଥା ନ କରିବାରୁ କର୍ଲାଜୁରୀ ର ଲୋକେ ବାଇକ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଏହାକୁ ନେଇ ଗୁରୁତର ବ୍ୟକ୍ତିଙ୍କ ପରିବାର ଓ କର୍ଲାଜୁରୀ ଗ୍ରାମବାସୀ ଡୁଙ୍ଗୁରିପାଲି ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଦାବିରେ ଏକ ଲିଖିତ ଅଭିଯୋଗ କରିଛନ୍ତି l