-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||     

HOME   ଜିଲ୍ଲା

ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ମନ୍ଦିରକୁ ମିଳିଲା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା: ବିକଶିତ ହେବ ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର

13-Feb-2025




ବରଗଡ଼:(ନିରଞ୍ଜନ ତ୍ରିପାଠୀ)-  ବହୁ ପ୍ରତିକ୍ଷାର ଅନ୍ତ ଘଟାଇଛନ୍ତି ରାଜ୍ୟ ସରକାର । ପ୍ରମାଣ କରିଛନ୍ତି ଏଥର କେବଳ ସହର କିମ୍ବା ଉପକଣ୍ଠ ନୁହେଁ ଗ୍ରାମାଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ବିକଶିତ ହେବ । ବିକାଶର ଛାପ ପୁରପଲ୍ଲୀରେ ମହକି ଉଠିବ । ବର୍ଷ ବର୍ଷ ଧରି ଚାତକ ପରି ଚାହିଁ ବସିଥିବା ଭଟଲି ବାସୀଙ୍କୁ ମିଳିଛି ଅପୂର୍ବ ସଫଳତା । ବାରମ୍ବାର ସରକାରଙ୍କ ଦୃଷ୍ଟିକୁ ଅଣାଯାଉଥିଲେ ସୁଦ୍ଧା କୌଣସି କାରଣରୁ ଏହା ସମ୍ଭବ ହେଉନଥିଲା । ତଥାପି ବିଳମ୍ବରେ ହେଉ ପଛେ ସରକାର ଏହାକୁ ବିଚାରକୁ ନେଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ଏନେଇ ମଙ୍ଗଳବାର ରାଜ୍ୟ ସରକାର ସାରା ରାଜ୍ୟରେ ୨୦ଟି ପର୍ଯ୍ୟଟନ ସ୍ଥଳୀକୁ ସରକାରୀ ମାନ୍ୟତା ପ୍ରଦାନ କରିଛନ୍ତି । ଏନେଇ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ବିଜ୍ଞପ୍ତି ମଧ୍ୟ ଜାରି କରିଛି । ଏହି ମର୍ମରେ ବରଗଡ଼ ଜିଲ୍ଲାର ୩ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସ୍ଥାନ ପାଇଥିବାବେଳେ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନାର କେଦାରନାଥ ମନ୍ଦିର ଏବଂ ଭଟଲିର ଶ୍ରୀ ଶ୍ରୀ ଦଧିବାମନ ମନ୍ଦିର ସ୍ଥାନ ପାଇଛି । ଏଥିପାଇଁ ସ୍ଥାନୀୟ ବାସୀନ୍ଦା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟଙ୍କ ଧନ୍ୟବାଦ ଜଣାଇଛନ୍ତି । ଏକଦା ଉଭୟ ପର୍ଯ୍ୟଟନ ସ୍ଥଳୀ ସରକାରୀ ଉଦାସୀନତାର ଅଭାବ ଯୋଗୁ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାବେଳେ ଏହି ଘୋଷଣା ପରେ ଅଞ୍ଚଳ ସମଗ୍ର ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ଲାଭ କରିବ ବୋଲି ଆଶା ବାନ୍ଧିଛନ୍ତି । ପ୍ରକାଶ ଥାଉକି ପ୍ରାୟ ୧୬୧୭ ମସିହାରେ ସମ୍ବଲପୁର ରାଜା ବଳିୟାର ସିଂଙ୍କ ରାଜତ୍ୱ କାଳରେ ବିଭୁଭକ୍ତ ପରମାନନ୍ଦ ଭଟଲି ପୀଠରେ ଏକ ମୃଣ୍ମୟ ମନ୍ଦିରେ ଦାରୁବ୍ରହ୍ମ ଜଗନ୍ନାଥ ରୂପରେ ସ୍ଥାପନ କରି ପୂଜା କରି ଆସୁଥିଲେ । ପରବର୍ତ୍ତୀ ସମୟରେ ଭକ୍ତ ଓ ଭଗବାନଙ୍କ ଲୀଳାକୁ ପ୍ରମାଣିତ କରିବା ସହିତ ଭକ୍ତର ମନୋବାଞ୍ଛା ପୂରଣ କରିବା  ପାଇଁ ମାୟାରେ ମନ୍ଦିର ଦହନ ଆଳ ଦେଖାଇ ଭକ୍ତଙ୍କୁ ଭକ୍ତି ପରାକାଷ୍ଠାର କଠୋର ପରୀକ୍ଷାର ସମ୍ମୁଖୀନ କରି ନିର୍ବାଣ ପ୍ରାପ୍ତ ହୋଇଥିଲେ । ପରେ ମହାପ୍ରଭୁ ପବିତ୍ର ଚକ୍ର ପୁଷ୍କରିଣୀରେ ସ୍ୱୟଂ ଆବିର୍ଭାବ ହୋଇ ଭକ୍ତ ପରାମାନନ୍ଦଙ୍କୁ ସ୍ୱପ୍ନାଦେଶ କ୍ରମେ ଶ୍ରୀ ଶ୍ରୀ ଦଧିବାମନ ନାମରେ ଭଟଲି ପୀଠରେ ପୂଜା ପାଇବା ପାଇଁ ନିର୍ଦ୍ଦେଶ ସହିତ ଅନ୍ନଭୋଗକୁ ନିଷେଧ ପୂର୍ବକ ବାଲଭୋଗ ଲାଗି କରିବା ପାଇଁ ନିର୍ଦ୍ଧେଶ ଦେଲେ । ସେହିଦନଠାରୁ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦଧିବାମନ ରୂପରେ ପୂଜା ପାଇବା ସହିତ ମହାପ୍ରଭୁଙ୍କ ସହିତ ଲୀନ ହୋଇଥିବା କମଳା ଦଧିବାମନଙ୍କ ଦକ୍ଷିଣ ପାଶ୍ୱର୍ରେ ସତିହାରୀ ନାମରେ ଅଦ୍ୟାବଧି ପୂଜା ପାଇ ଆସୁଛନ୍ତି । ତେବେ ଏହିଦିନ ଠାରୁ ଏହି ପୀଠକୁ ଭକ୍ତଙ୍କ ସୁଅ ଛୁଟୁଛି । ଏଥିପାଇଁ ଏହି ପୀଠ ଭକ୍ତ ମାନଙ୍କ ପୀଠ ବୋଲି ଜଣାଯାଉଥିବାବେଳେ ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ତେବେ ଶୀଘ୍ର ମନ୍ଦିରର ବିକାଶ ହେଲେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ିବା ସହିତ ଅଞ୍ଚଳର ବିକାଶ ହୋଇପାରିବ ବୋଲି ବୁଦ୍ଧିଜୀବି ମହଳରେ ମତପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026

You Might Also Like