-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
06-Jan-2025
ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ ପୁରୁଣା ପ୍ରାଇଭେଟ୍ ବସଷ୍ଟାଣ୍ଡ ଠାରେ ମିଳିତ କୃଷକ ମଞ୍ଚର ଏକ ବୈଠକ ମିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଜିର ବୈଠକ ରେ ଜିଲ୍ଲା କୃଷକ ମହାସଂଘର ଜତୀ ପଧାନ ଓ ସୌମେନ୍ଦ୍ର ପରିଚ୍ଛା, କୋସଲି କିଶାନ ସଭାର ପ୍ରଶାନ୍ତ ଭୋଇ, କୌସ୍ତୁବ ସାହୁ, ପ୍ରେମାନନ୍ଦ ମିଶ୍ର, ବିରେନ୍ଦ୍ର ସାହୁ,କେଦାର ଥନପତି ଜିଲ୍ଲା କୃଷକ ସଂଘର ଅରୁଣ ମିଶ୍ର ଡୁଙ୍ଗୁରିପାଲି କୃଷକ ସଂଘର ବିପ୍ର ପ୍ରସାଦ ସାହୁ ଉପସ୍ଥିତ ରହି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସର୍ବସମ୍ମତି କ୍ରମେ ଆସନ୍ତା ବୁଧବାର ଦିନ ୧୦ ଟା ସମୟରେ ଜିଲ୍ଲାପାଲ କାର୍ଯ୍ୟାଳୟ ବଲାଙ୍ଗିର ସମ୍ମୁଖରେ ଧାରଣାରେ ବସିବା ସହ ଚାଷୀ ମାନଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଦାବି ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।