-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
05-Jan-2025
(ଡୋଲେଶ୍ୱର ବାଗ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଗଣ୍ତାବାହାଲିର ୨୦୧୦ ମାଟ୍ରିକ ବେଚ୍ ର ବନ୍ଧୁ ମିଳନ ଉତ୍ସବ ଐତିହାସିକ ତଥା ପର୍ଯ୍ୟଟନସ୍ଥଳୀ ରାମଗଡ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ କର୍ମ ନିଯୋଜନ ହେଇଥିବା ବନ୍ଧୁ ଏକତ୍ର ହୋଇ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ଏହି ବେଚ୍ ର କିଛି ବନ୍ଧୁ ଇହଲିଳା ସମ୍ବରଣ କରିଥିଲେ ତାଙ୍କର ସ୍ମୃତି ଚାରଣ କରି ନିରବ ପ୍ରାର୍ଥନା କରାଯାଇଥିଲା । ନାଚ ,ଗୀତ , ଖେଳରେ ନିଜ ନିଜ ଅଭିଜ୍ଞତା ବଖାଣିବା ସହ ହାଇସ୍କୁଲ ପଢୁଥିବା ସମୟର ଅନୁଭୂତି ଗୁଡ଼ିକ ଆଦାନ ପ୍ରଦାନ କରିଥିଲେ । ଶେଷରେ ରାମଗଡ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିଥିଲେ । ରାମଗଡ ପାଦଦେଶର ସବୁଜିମା ପରିବେଶ ମଧ୍ୟମରେ ଭୋଜିଭାତ ଆୟୋଜନ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଉପଭୋଗ କରିଥିଲେ ।