-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ବିଜେପୁରରେ ଅନୁଷ୍ଠିତ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ ସୁରୁଖୁରୁରେ ସମାପନ...... ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ

05-Jan-2025



ବରଗଡ:(ନିରଞ୍ଜନ ତ୍ରିପାଠୀ) ଆଧ୍ୟାତ୍ମିକର ବାର୍ତ୍ତା ତଥା ସନ୍ଦେଶକୁ ନେଇ ସାରା ଓଡ଼ିଶାର ଗାୟତ୍ରୀ ପରିବାରକୁ ନେଇ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନର ବିରାଟ ପଡ଼ିଆରେ ତା ୦୨.୦୧.୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୦୫.୦୧.୨୦୨୫ ରିଖରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ  ବିଭିନ୍ନ ଅଞ୍ଚଳ ତଥା ବିଜେପୁର ଅଞ୍ଚଳର ମାଁ ଭଉଣୀ ମାନେ ଦାମୋଦର କଁଟାରୁ ୩୩ କୋଟି ଦେବାଦେବୀଙ୍କୁ ଆବାହନ କରି ପୂର୍ଣ୍ଣ ଜଳ କଳସ ଯାତ୍ରା ଆୟୋଜନ କରି ସାରା ସହର ପରିକ୍ରମା କଲାପରେ ଗାୟତ୍ରୀ ଶକ୍ତିପୀଠରେ କଳସ ସ୍ଥାପନ କରିଥିଲେ।ଘୋଷିକା ଭାବେ ଶ୍ରୀମତୀ କଲ୍ୟାଣୀ ଦାଶ ଦାୟିତ୍ଵ ସମ୍ପର୍ଣ୍ଣ କରିଥିଲେ।
ଦ୍ୱିତୀୟ ଦିବସ ୦୩.୦୧.୨୦୨୫ ରିଖରେ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ-୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ୧୦୮ କୁଣ୍ତରେ ୧୦୮ ଜଣ ଦେବ ଦମ୍ପତି ବରଗଡ଼ ଜିଲ୍ଲା ତଥା ଆଖପାଖ ଜିଲ୍ଲାରୁ ଆସି ଏହି ମହାନ ଯଜ୍ଞରେ ସାମିଲ ହୋଇ ଆହୁତି ପ୍ରଦାନ କରିଥିଲେ।ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବରଗଡ଼ ଶାଖାର ଉଦ୍ଦେଶ୍ୟ ଏହି ଯେ,ମଣିଷ ମଧ୍ୟରେ ଦେବତ୍ୱର ଜାଗରଣ ଏବଂ ଧରାରେ ସ୍ୱର୍ଗର ଅବତରଣ ଲକ୍ଷ୍ୟ କୁନେଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ ଅଟେ।ଏହି ଯଜ୍ଞକୁ ପରିଚାଳନା କରିବା ପାଇଁ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଋଷି ପୁତ୍ର ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ଶେଷଦେବ ବଢ଼େଇ, ମୁଖ୍ୟ ଟୋଲି ନାୟକ ଶ୍ରୀଯୁକ୍ତ କୈଳାସ ନାରାୟଣ ତିୱାରୀ, ଶ୍ରୀଯୁକ୍ତ ବସନ୍ତ ଲାଲ ଶୋଲାଙ୍କି, ଶ୍ରୀଯୁକ୍ତ ସୋମେଶ୍ୱର ତାଣ୍ଡି, ଶ୍ରୀଯୁକ୍ତ ରୁଦ୍ରଗିରୀ ଗୋସ୍ୱାମୀ ଏବଂ ଶ୍ରୀଯୁକ୍ତ ରବିନ୍ଦ୍ର ଗୈାଡ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠ ଭାଇ ସହଯୋଗ କରିଥିଲେ। 
ଏହି କାର୍ଯ୍ୟକ୍ରମ ପୂର୍ବରୁ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଆସିଥିବା ଭାଇ ମାନଙ୍କୁ ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ସାହୁ ଏବଂ ତାଙ୍କ ସହଧର୍ମିଣୀ ପଦ୍ମିନୀ ସାହୁ ଭବ୍ୟ ସ୍ୱାଗତ ସହ ମଞ୍ଚକୁ ପାଛୋଟି ଆଣି ମଞ୍ଚରେ ତାଙ୍କୁ ତିଲକ ଏବଂ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ, କୋଷାଧ୍ୟକ୍ଷ ରେଡିଏନ୍ସ ଶିକ୍ଷାନୁଷ୍ଠାନର ପରିଚାଳକ ଶ୍ରୀମାନ ଅଜିତ କୁମାର ମେହେର ଏବଂ ସମ୍ୱଲପୁର ଉପ ଜୋନ ସଂଯୋଜକ ଶ୍ରୀଯୁକ୍ତ ରଘୁମଣି ଦାଶ ଉପଢ଼ୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ।ଏହି ଯଜ୍ଞରେ ବରଗଡ଼ ଜିଲ୍ଲା ସମେତ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ଗାୟତ୍ରୀ ପରିବାର ଭାଇ ଭଉଣୀ ମାନେ ବିଭିନ୍ନ ବିଭାଗ ଯଥା ଯଜ୍ଞଶାଳା,ସୁରକ୍ଷା,ଭୋଜନାଳୟ ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗରେ ମହା ଆନନ୍ଦ ସହିତ ସହଯୋଗ କରିଥିଲେ। ଏହାପରେ ଯଜ୍ଞ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ ମେହେରଙ୍କ ତତ୍ୱାବଧାନରେ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ା.ପ୍ରଜ୍ଞା ପରମିତା ପାତ୍ର, ଫାର୍ମାସିଷ୍ଟ ଶ୍ରୀମତୀ ବିଜେତା ମିଶ୍ର ଏବଂ ଫାର୍ମାସିଷ୍ଟ ମହେଶ ପଧାନଙ୍କୁ ଏଇ ସ୍ଥାନରେ ଦାୟିତ୍ୱ ପ୍ରଦାନ କରିଥିଲେ।ଯଜ୍ଞ ପଡିଆର ବିଭିନ୍ନ ସ୍ଥାନ ମାନଙ୍କରେ ଅଙ୍କିତ ଶିଳ୍ପ କାରୁକାର୍ଯ୍ୟ ସୁଦୂର ଭବାନୀପାଟଣା ଭାଇ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାରଣା ଏବଂ ସାଥି ବ୍ରହ୍ମପୁରର କୃଷ୍ଣଚନ୍ଦ୍ର ସାହୁ, ଭଦ୍ରକର ଜଗନ୍ନାଥ ପ୍ରଧାନ, ତ୍ରିନାଥ ସ୍ୱାଇଁ, ସୂର୍ଯ୍ୟକାନ୍ତ ଲେଙ୍କା ଏବଂ ମାନସ ସାମଲଙ୍କ ମନ ଲୋଭାଣିଆ ବାଲୁକା କାରୁକାର୍ଯ୍ୟ କରିଥିବାବେଳେ ଲୋକେ ଆନନ୍ଦରେ ଉପଭୋଗ କରୁଥିଲେ।ତୃତୀୟ ଦିବସରେ ସକାଳ ୯ ଘଟିକାରୁ ଗାୟତ୍ରୀ କୁଣ୍ଡ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ହେଉଥିବା ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ ବିଜେପୁର ଅଞ୍ଚଳବାସୀଙ୍କ ସମ୍ପୂର୍ଣ୍ଣ ପ୍ରଚେଷ୍ଟା ଆଜି ସମ୍ଭବ ହୋଇ ପାରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ୦୪.୦୧.୨୦୨୫ ରିଖ ୧୦୮ କୁଣ୍ଡୀୟ ଯଜ୍ଞ ଆରମ୍ଭ ହୋଇଥିଲା।ଏଇ କାର୍ଯ୍ୟକ୍ରମରେ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟ ଶାନ୍ତିକୁଞ୍ଜ ହରିଦ୍ଵାରର ଭାଇସ ଚାନ୍ସେଲର  ଡ. ଚିନ୍ମୟ ପାଣ୍ଡିଆ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶିଷ୍ଟ ସଭ୍ୟ ଓ ବିଶ୍ୱସ୍ତରରେ ନୋବେଲ ପୁରସ୍କାର ବିତରଣ କରୁଥିବା ସଂଗଠନର ଜଣେ ସକ୍ରୀୟ ସଭ୍ୟ,ଗାୟତ୍ରୀ ପରିବାରର ଉଦ୍ୟୋକ୍ତା ତଥା ଯୁବ ସମାଜର ନିଶାକୁ ମୂଳ ଉତ୍ପାଟନ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ପ୍ରମୁଖ ଦାୟିତ୍ଵ ନେଇଛନ୍ତି। ବୈଦିକ ହିନ୍ଦୁ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଅବଗତ କରାଇ ଏହାର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞରେ ସମସ୍ତ ଯୁବପିଢୀ ତଥା ଗାୟତ୍ରୀ ପରିବାରର କର୍ମକର୍ତ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ ବୈଦିକ ରିତି ଅନୁସାରେ ଆଜିକାର ଦୁନିଆଁରେ ଅଶ୍ୱମେଧ ଯଜ୍ଞ ସହ ତୁଳନା କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଗାୟତ୍ରୀ ପରିବାର ପକ୍ଷରୁ ପ୍ରକାଶିତ ସ୍ମରଣିକା ଉନ୍ମୋଚନ କରିଥିଲେ ଓ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା,ଯୁବା ପ୍ରତିଭା ମାନଙ୍କୁ ମଞ୍ଚରେ ସମ୍ମାନୀତ କରିଥିଲେ। ଶେଷରେ ରେଡିଏନ୍ସ ଶିକ୍ଷାନୁଷ୍ଠାନ ମହାବିଦ୍ୟାଳୟକୁ ଏହା ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ଦୂରଦୃଷ୍ଟି ସମ୍ପର୍ଣ୍ଣ ମତ ରଖିଥିଲେ। ଉପସ୍ଥିତ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କୁ ଆନ୍ତରିକତାର ଧନ୍ୟବାଦ ଦେଇ ହିନ୍ଦୁ ଧର୍ମର ଏକ ଐତିହାସିକ ପ୍ରଶସ୍ଥ ରାସ୍ତା ବୋଲି ମତରଖି ହିନ୍ଦୁ ଧର୍ମର ଯତ୍ନ ନିମନ୍ତେ ଅନୁରୋଧ କରିଥିଲେ।ଏକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ତା ୦୫.୦୧.୨୦୨୫ ରିଖ  ଅନ୍ତିମ ବିଦାୟ ଦିବସରେ ଯଜ୍ଞ, ବିଭିନ୍ନ ସଂସ୍କାର ଯଥା ବିବାହ ସଂସ୍କାର,ଦୀକ୍ଷା ସଂସ୍କାର,ମୁଣ୍ଡନ ସଂସ୍କାର, ବିଦ୍ୟାରମ୍ଭ ସଂସ୍କାର,ଗର୍ଭ ସଂସ୍କାର ଇତ୍ୟାଦି ସଂସ୍କାର ମାନ କରା ଯାଇଥିଲା।ତାହା ସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ ଜିଲ୍ଲାରୁ ଆସି ମାସମାସ ଧରି ଶ୍ରମଦାନ କରିଥିବା ଶ୍ରମଦାନୀ ଗାୟତ୍ରୀ ପରିବାରର ଭାଇ ଭଉଣୀ ମାନଙ୍କୁ ଓଡ଼ିଶା ପ୍ରଭାରୀ ଶ୍ରୀମାନ ଶେଷଦେବ ବଢ଼େଇ ଏବଂ ସହ ସଂଯୋଜକ ସୈାମିତ୍ରୀ ଥନାପତି ଓ ଟୋଲି ନାୟକ କୈଳାସ ନାଥ ତିୱାରୀଙ୍କ ଦ୍ୱାରା ପ୍ରଶଂସା ପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ଗାୟତ୍ରୀ ପରିବାର ସମସ୍ତ କାର୍ଯ୍ୟକର୍ତ୍ତା ଓ ରେଡିଏନ୍ସ ପରିବାରର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ଶାନ୍ତି କୁଞ୍ଜ ହରିଦ୍ଵାରରୁ ଆସିଥିବା ୠଷି ପୁତ୍ର ଟୋଲିଙ୍କୁ ବିଦାୟ ଦିଆ ଯାଇଥିଲା। ଏଭଳି ନିଆରା କାର୍ଯ୍ୟକ୍ରମରେ ଲକ୍ଷାଧିକ ଭକ୍ତ, ବିଭିନ୍ନ ଦଳର ରାଜନେତା, ପ୍ରଶାସନିକ ଅଧିକାରୀ ତଥା ବିଜେପୁର ଅଞ୍ଚଳର ସମସ୍ତ ଜନସାଧାରଣ ଯୋଗଦାନ କରି,ଏହି ଯଜ୍ଞକୁ ଏଅଞ୍ଚଳରେ ସର୍ବପ୍ରଥମ ସର୍ବବୃହତ୍ ବୋଲି ମତ ରଖିଛନ୍ତି। ତତ୍ ସଙ୍ଗେ ସଙ୍ଗେ ରେଡିଏନ୍ସ ଶିକ୍ଷାନୁଷ୍ଠାନର ଅବଦାନକୁ ମଧ୍ୟ ଭୂୟସୀ ପ୍ରଶଂସା କରୁଛନ୍ତି। ଉଦଯାପନୀ ଉତ୍ସବରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା, ବରଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ନିହାର ରଞ୍ଜନ ମହାନନ୍ଦ ଯୋଗଦାନ କରି ଗାୟତ୍ରୀ ପରିବାର ତଥା ଶ୍ରଦ୍ଧାଳୁ ଗଣଙ୍କୁ ଉତ୍ସାହିତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like