-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Jan-2025
ନୂଆଁପଡ଼ା(ବିଶି ଚନ୍ଦନ ମାଝୀ): ଅସହାୟ ଲୋକ ହଉ ଅବା ରୋଗୀ କୁ ରକ୍ତ ଯୋଗାଡ କରି ଦେବା ହଉ ସବୁ ବେଳେ ଲୋକଙ୍କ ସାଙ୍ଗରେ ଛିଡ଼ା ହୋଇ ଅସହାୟ ଓ ନିରୀହ ଲୋକଙ୍କ ସେବା ରେ ଛିଡ଼ା ହେଉ ଥିବା ଭିନ୍ନ ଏକ ଅନୁଷ୍ଠାନ ହେଳପିଂ ଫୋର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ ର ଆଜି ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭା ରେ ଅନୁଷ୍ଠାନର ପ୍ରତିଷ୍ଠାତା କୈଳାଶ ନାଗ ସଭାପତି ରାଜେଶ୍ଵର ଦର୍ଜି ଉପସଭାପତି ବିନ୍ଦୀୟା ଅଗ୍ରୱାଲ ସେକ୍ରେଟାରୀ ଦାମୋଦର ବେମାଲ ଖଡ଼ିଆଳ ବ୍ଲକ୍ ପ୍ରତିନିଧି ସଞ୍ଜୟ ଦର୍ଜି ସିନାପାଲି ବ୍ଲକ ପ୍ରତିନିଧି କୁଲଦୀପ ମେହେର ବୋଡ଼େନ ବ୍ଲକ୍ ପ୍ରତିନିଧି ରାମକୃଷ୍ଣ ବେହେରା ଏବଂ ଜେନେରାଲ ବଡୀ ମେମ୍ବର ସାର୍ଥକ ମୁଣ୍ଡ ଉପସ୍ଥିତ ଥିବା ବେଳେ ଆଜି ଏହି ସଭା ରେ କିଛି ନୂଆ ସଦସ୍ୟ ମାନଙ୍କୁ ନିଯୁକ୍ତ କରା ଯାଇଥିଲା ଓ ନୂଆ ଦାୟିତ୍ଵ ମଧ୍ୟ ଦିଆଯାଇଥିଲା ସେମାନଙ୍କ ମଧ୍ୟ ରେ ରିତୁ ବାରିକ କୁ ମହିଳା ବିଭାଗ ର ଦାୟିତ୍ଵ ଦିଅ ଯାଇଥିବା ବେଳେ ଦେବକୀ ସତ୍ନାମୀ ଓ ରୋହିତ ଗହିର କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କର ଯାଇଥିଲା ଏହା ପରେ କିଭଳି ଭାବେ ଆଗକୁ ଅଧିକ ରୁ ଅଧିକ ଲୋକଙ୍କୁ ସେବା ଯୋଗେଇ ଦେବା କିଭଳି ଲୋକଙ୍କୁ ସବୁ ସମୟରେ ରକ୍ତ ଯୋଗେଇଦେବା ଗରିବ ଓ ଅସହାୟ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ରେ ସାହାଯ୍ୟ କରିବା ନିରୀହ ଓ ଅସହାୟ ଭାବରେ ଥିବା ଗାଈ ଗରୁ ନିରୀହ କୁକୁର ମାନଙ୍କ ଜନ୍ତ୍ନ ନେବା ସ୍ବଚ୍ଛତା ସଡ଼କ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରିବା ବାଲ୍ୟ ବିବାହକୁ ରୋକିବା ବୃକ୍ଷ ରୋପଣ ଶୀତ ଦିନ ହେତୁ ନିରୀହ ଲୋକଙ୍କୁ ଅଧିକ ରୁ ଅଧିକ କମ୍ବଳ ବଣ୍ଟନ କରିବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ ହେଳପିଂ ଫର୍ ହେଲ୍ପଲେସ ପିପୁଲ୍ ଫାଉଣ୍ଡେସନ କେବଳ ନୂଆପଡ଼ା ଜିଲ୍ଲା ରେ ସୀମିତ ନୁହେଁ ସମଗ୍ର ଓଡ଼ିଶା ରେ ଓ ଛତିଶଗଡ ରେ ମଧ୍ୟ ଲୋକଙ୍କୁ ସେବା ଯୋଗେଇ ଦେଇଆସିଛି