-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ବଲାଙ୍ଗିର: ପ୍ରତିବର୍ଷ ଭଲି ଏବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟୀ ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ପକ୍ଷରୁ ଏକ ଦିବସୀୟ ଟେନିସ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ୍ ୮ ଟି ଦଳ ଅଂଶଗ୍ରହଣ କରିଥିଲେ। ସମସ୍ତ ଦଳକୁ ହରାଇ ସାଲେପାଲି ଏବଂ ବ୍ରାହ୍ମଣୀପାଲି ଦଳ ଫାଇନାଲ କୁ ପ୍ରବେଶ କରିଥିଲେ। କଡା ଟକ୍କର ମଧ୍ୟରେ ସାଲେପାଲି ଦଳ ବାଜିମାତ୍ କରି ଏ ବର୍ଷ ଜେଜେସିସି କପ୍ କୁ ହାତେଇଥିବାରେ ସକ୍ଷମ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମ ସାହୁ, ନୀଲମଣି ସେଠ୍ ଉପସ୍ଥିତ ରହି ଖେଲାଲୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସଭାପତି ଚିମନ ପଧାନ ଙ୍କ ସମେତ ପ୍ରକାଶ, ଚିନ୍ମୟ ଏବଂ ଅନ୍ୟାନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।