-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି ।

04-Jan-2025



 

  ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ)  
ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହୋଇଯାଇଛି ଲୋକମହୋତ୍ସବ ୨୦୨୫।ମା’ ସମଲେଈଙ୍କଠାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦର,ମହାନଗର ନିଗମ କମିଶନର ବେଦଭୂଷଣ,ସଂଯୋଜକ ପ୍ରଫୁଲ୍ଲ ହୋତା,ସହ ସଂଯୋଜକ ରଞ୍ଜନ ସାହୁ ଉପଦେଷ୍ଟା ରାମଦାଶ ପଣ୍ଡା,ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ପୂଜା କରିବା ପରେ ସାଂସ୍କୃତିକ ଶୋଭାଯାତ୍ରା ଦଶରଥ ମେହେରଙ୍କ ଆବାହତ୍ୱରେ ଆରମ୍ଭ ହେଲା। ଏଥିରେ ବାଉଁଶ ତିଆରି ଭୁଗା,ଟୋକେଇ,କୁଲା ଆଦିରେ ନିର୍ମିତ ଏକ ସୁଦୃଶ୍ୟ ତୋରଣରେ ମା’ ସମଲେଈଙ୍କ ପ୍ରତିମୂର୍ତ୍ତି ଅଗ୍ରଭାଗରେ ରହିଥିବା ବେଳେ ଏଥିରେ  ଶଙ୍ଖ,ଘଣ୍ଟବାଦ୍ୟ,ସଂକୀର୍ତ୍ତନ,ଦଣ୍ଡ,କୃଷ୍ଣଗୁରୁ,କହର ସଂସ୍ଥା,ଭାରତୀ କଳା ପରିଷଦ,ଗୋଟିପୁଅ,ଦୁଲଦୁଲି ସମେତ ବୋଡୋ,ନେପାଳି ନାଚ,ପୁରୁଲିଆ ଛଉ,ହରିଆଣାର ଫଗ ନାଚ,ମହାରାଷ୍ଟ୍ରର ଲାବଣୀ,ଆସାମର ବିହୁ,ଗୁଜୁରାଟର ଲୋକନୃତ୍ୟ ଆଦି ଭାଗନେଇଥିଲେ।
ସନ୍ଧ୍ୟା କାର୍ଯ୍ୟକ୍ରମ ପୂର୍ବରୁ ଲୁପ୍ତବାଦ୍ୟରେ ସମ୍ବଲପୁର ଜିଲ୍ଲା ଅର୍ଡାର ଘୁଡକା,ଭତରାର ଧୁନକେଲ ପ୍ରଦର୍ଶିତ ହୋଇଥିବାବେଳେ ନାଚରେ ଯାଦୁଲୁଇସିଂର ଦଣ୍ଡ ନୃତ୍ୟ,ସୁନ୍ଦରଗଡ ଜିଲ୍ଲାର କିଷାନ ନାଚ ଓ କରମାନାଚ ପ୍ରଦର୍ଶିତ ହୋଇଥିଲା। ଏହି ଲୁପ୍ତପ୍ରାୟ ଲୋକବାଦ୍ୟ ଓ ନୃତ୍ୟ ତିନି ଦିନ ଧରି ପରିବେଶିତ ହେବ ବୋଲି ଆବାହକ ଆଲୋକ କୁମାର ପଣ୍ଡା ଓ କୃଷ୍ଣଚନ୍ଦ୍ର ବାଗ ସୂଚିତ କରିଥିଲେ।
ମଞ୍ଚ କାର୍ଯ୍ୟକ୍ରମ :
ମଞ୍ଚ କାର୍ଯ୍ୟକ୍ରମ ପୂର୍ବରୁ ସଂଯୋଜକ ପାରମ୍ପରିକ ରୀତିରେ ମଞ୍ଚ ପୂଜା କରିବାପରେ ଲୋକଗୀତର କାର୍ଯକ୍ରମ ଆରମ୍ଭ ହେଲା ଏଥିରେ ପଦ୍ମଲୋଚନ ଦାଶଙ୍କ ସଂଯୋଜନାରେ ଦିଲୀପ ବାଗ, ମା’ ସମଲେଈ ଜଗତ ଜନନୀ,ଶ୍ରୀଜା ଦାଶ ରତନ କୁମାର ପୂଜାରୀଙ୍କ ଲିଖିତ କୃଷ୍ଣଗୁରୁ ଭଜନ,ଅରୁଣ ରାଜହଂସ ନଚନିଆ ଗୀତ ପରିବେଷଣ କରିଥିଲେ। ଅତଥିମାନଙ୍କ ଆଗମନ ପରେ ସମଲେଈ ମନ୍ଦିରର ଆଲତୀ ବାଦ୍ୟକାରମାନଙ୍କ ବାଦ୍ୟତାଳରେ ଅତିଥିମାନେ ମା’ସମଲେଈଙ୍କଠାରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।
ସଂଯୋଜକଙ୍କ ପ୍ରାରମ୍ଭିକ ସୂଚନା ପରେ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ,ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କଳା ସଂସ୍କୃତି ଜାତି ଓ ଦେଶକୁ ଏକ କରେ। ଏହି କଳା ସଂସ୍କୃତି ହିଁ ଆମର ପୁଞ୍ଜି ଅଟେ ଯାହାକୁ ନେ ଆମେ ଆଗକୁ ବଢି ପାରିବା। ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ସମ୍ବଲପୁର ଅଞ୍ଚଳର ସମସ୍ତ ଉତ୍ସବ ମହୋତ୍ସବ ଅଟେ। ଏଠାକାର ରଙ୍ଗବତୀର ବିକଳ୍ପ ନାହିଁ। ଏହା ଏହି ଅଞ୍ଚଳର ପରିଚୟ ବହନ କରେ। ଡବଲ ଇଂଜିନ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ବିକାଶକୁ ବହୁତ ଗୁରୁତ୍ୱ ଦିଆଯାଉଛି ବୋଲି କହି ସେ ସମ୍ବଲପୁରରେ ଟବି ରୋଗ ନିପାତ,ସ୍ଥାନୀୟ ଲୋକଙ୍କୁ ନେଇ ପିଏଚଡି ପଡିଆର ବିକାଶ, ହୀରାକୁଦ ବନ୍ଧ ଓ କେନାଲର ମରାମତି କାର୍ଯ୍ୟ ସମେତ ରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନାର ସଫଳତା ଚାଷୀଙ୍କୁ କ୍ୟୁଇଣ୍ଟାଲ ପିଛା ମୂଲ୍ୟର ବର୍ଦ୍ଧନ ଆଦି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ। ମଞ୍ଚରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ,ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ କୁମାର ଲାଲ,ଏମ ସି ଏଲର ପରିଚାଳନା ନିର୍ଦ୍ଦେଶକ ଅନନ୍ତ ଉଦୟ କାଲୋଇ ଉପସ୍ଥିତ ଥିଲେ।ଏହି ଅବସରରେ ଆବାହକ ଡା ରାଜାରାମ ଷଢଙ୍ଗୀଙ୍କ ଆବାହକତ୍ୱରେ ମୁଖ୍ୟ ସମ୍ପାଦକ ଡ.ଶ୍ୟାମ ସୁନ୍ଦର ଧର,ସମ୍ପାଦକ ଡ. ସତ୍ୟନାରାୟଣ ଠାକୁର,ଡ. ଗୌରିଦାସ ପଧାନ ଓ ଡ. ସିଦ୍ଧାର୍ଥ ପଣ୍ଡାଙ୍କ ଉପସ୍ଥିତିରେ ଚଳିତ ବର୍ଷର ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହାପରେ ବିଶିଷ୍ଟ ଗାୟିକା ଭାରତୀ ରାୟ ଓ ନାଟ୍ୟବିତ ଉତ୍ତମ ବେହେରାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ମହାନଗର ନିଗମ କମିଶନର ବେଦଭୂଷଣ ଧନ୍ୟବାଦ ଅର୍ପଣ କରିଥିଲେ।
ଉଦଘାଟନୀ ସଭା ପରେ ପୁନର୍ବାର ଲୋଗଗୀତ କାର୍ଯକ୍ରମ ଅନୁଷ୍ଠିତ ହେଲା ଏଥିରେ ପ୍ରିତିନନ୍ଦା ମିଶ୍ର ବାଙ୍ଗିରୀ ଶୈଳୀର ଏକ ଗୀତ ପରିବେଷଣ କରିଥିଲେ।
ଲୋକନୃତ୍ୟ ପର୍ଯ୍ୟାୟରେ ପ୍ରଥମେ ବିଭିନ୍ନ ଜାତୀୟ ଦଳଙ୍କ ମିଳିତ ଏକ ଫ୍ୟୁଜନ ନୃତ୍ୟ ପରିବେଶିତ ହୋଇଥିଲା। ବିଦ୍ୟାଶ୍ରୀ କଳାକେନ୍ଦ୍ର ଧନକଉଡା ଡାଲଖାଇ,ଆସାମର ବଡୋ,ପୁରୀର ଗୋଟିପୁଅ,ସିକ୍କିମର ତମାଙ୍ଗ ସେଲୋ ନାଚ,ସମ୍ବଲପୁର ଉକିଆ ଅନୁଷ୍ଠାନର ପରଭା ନାଚ,ଆସାମର ବିହୁ,ମହାବୀର ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନାଚ,ହରିଆଣାର ଘୁମର,ସମ୍ବଲପୁର ଲହରି ଅନୁଷ୍ଠାନର ଢାପ,ମହାରାଷ୍ଟ୍ରର ଲାବଣୀ,ରାୟଗଡାର ଢେମସା ନୃତ୍ୟ,ଗୁଜୁରାଟର ସିଦ୍ଧିଧମାଲ ଓ ଶେଷରେ ଝାରଖଣ୍ଡ ପୁରୁଲିଆର ଛଉ ନୃତ୍ୟ  ପରିବେଶିତ ହୋଇଥିଲା।
ଆଜି ସନ୍ଧ୍ୟାର ଉଦଘୋଷକ ଭାବରେ ଉମାଶଙ୍କର ଦାସ,ଅର୍ଚିକା ପ୍ରିୟଦର୍ଶିନୀ ପଣ୍ଡା,ଗଣେଶ ମେହେର,ସ୍ୱାଗତିକା ପଣ୍ଡା, ସୁଶ୍ରୀ ପାଣିଗ୍ରାହୀ, ଜ୍ୟୋତିରାଦିତ୍ୟ ମହାନ୍ତି,ହରିଶ ପ୍ରମୁଖ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026

You Might Also Like