-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁମଟିମୁଣ୍ଡା ଗାଁ ର ଅଲେଖ ବଘେଲ ନାମକ ବିଶିଷ୍ଟ ସଂଚାର କଳାକାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଜିଲ୍ଲା କଳା ଓ ସଂସ୍କୃତି ସଙ୍ଘର ଉପ ସଭାପତି ଅର୍ଜୁନ ଛତ୍ରିଆ ଓ ଜିଲ୍ଲା ସଦସ୍ୟ ଉମାଶଙ୍କର ହଂସ ଏବଂ ବସନ୍ତ ଅଦା ସହିତ କୋମନା ବ୍ଲକ ଉପସଭାପତି ଡଗ୍ରେଶ୍ୱର୍ ବାଗ ସହ କଳାକାରମାନେ ଯୋଗ ଦେଇ ଶୋକାକୁଳ ପରିବାର କୁ ସମବେଦନା ଜଣାଇଥିଲେ। ପ୍କୋମନା ବ୍ଲକ କଳାକାର କଲ୍ୟାଣ ପାଣ୍ଠି ରୁ ମୃତକ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରି ଥିଲେ। ପରିବାରର ସବୁ ସୁଖ ଦୁଃଖରେ ଠିଆ ହେବାକୁ ସଂଘ ପ୍ରତିଶ୍ରୁତି ଦେଇଛି।ଏହି କଲ୍ୟାଣ ପାଣ୍ଠି ଗଠନ କରି କଳାକାରଙ୍କ ଦୁଃଖ ସୁଖ ରେ ଠିଆ ହେବାକୁ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାଶ ପ୍ରେରଣା ଦେଇ ଥିବାରୁ ସେ ଅଧିକ ପ୍ରଶଂସନୀୟ ଓ ଧନ୍ୟବାଦ ର ପାତ୍ର ହୋଇଛନ୍ତି । ମୃତ ଅଲେଖ ଙ୍କ ପତ୍ନୀ ଲଳିତା ସହ ତିନି ପୁଅ ଗୋଟିଏ ଝିଅ ଏହି ମୁହୂର୍ତ୍ତରେ ଧାର୍ଯ୍ୟ ରଖିବାକୁ ଆହ୍ବାନ କରିଥିଲେ। ।