-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ଗ୍ରାମ ପଞ୍ଚାୟତ ଠାରେ ଦେଶର ପ୍ରଥମ ଶିକ୍ଷୟିତ୍ରୀ ମହିଳା ସାବିତ୍ରୀ ବାଇ ଫୁଲେ ଙ୍କ ୧୯୪ ତମ ଜନ୍ମଦିନ କୁ ନାଗରିକ ବିକାଶ ସଂଗଠନ ତରଫରୁ ବଡ଼ ଆନନ୍ଦ ର ସହିତ ପାଳନ କରାଯାଇଅଛି l
ଏଠାରେ କଳାହାଣ୍ଡି ଜିଲ୍ଲା ନାଗରିକ ବିକାଶ ସଂଗଠନ କର୍ମୀ ଓ ଗ୍ରାମ ର ବିଭିନ୍ନ ସ୍ଥାନ ରୁ ମା ମାନେ ଆସି ଯୋଗ ଦାନ କରିଥିଲେ l ମହାମହିମ ମା ସାବିତ୍ରୀ ବାଇ ଫୁଲେ ଙ୍କ ଜନ୍ମଦିନ ବିଷୟରେ ଆଲୋଚନା କରି ମା ମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲ ! ଏହି କାଯ୍ୟକ୍ରମ କୁ ନାଗରିକ ସଂଗଠନ ବ୍ଲକ କୋଡିନେଟର ଉପେନ୍ଦ୍ର ସୁନାନୀ, ଜନସାଥୀ ତ୍ରିନାଥ ବେଶ୍ରା, ମୁକ୍ତା ଠାକୁର, ଉର୍ମୀ ଲିଡର ପ୍ରେମସିଲା ପାଣିଗ୍ରାହୀ, ବୀଣା ପାଣି ସୁନାନୀ, ଓ ସଂଗଠନ ର ମା ମାନେ ହେଲେ ଘନେଶ୍ଵରୀ ରାଉତ, ସୁମୁଦ ବାଲି କନପାନ, କୁନି ଚାଲାଣ, ସନ୍ତୋଷୀ ବାଗ, କ୍ରାନ୍ତି ଦୁର୍ଗା, କଳ୍ପନା ପୁଝାରୀ, ଚନ୍ଦ୍ରିକା ଛତ୍ରିଆ, ଶୈଳେନ୍ଦ୍ରି ନାୟକ, ନନ୍ଦିନୀ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ l