-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ୮ ଗୋଟି ପଞ୍ଚାୟତରେ ସ୍ୱଚ୍ଛତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ସରପଞ୍ଚ, ବ୍ଲକସ୍ତରୀୟ ଅଧିକାରୀ ଓ ବହୁ ସ୍ବେଛାସେବୀ ଯୋଗଦେଇ ବିଭିନ୍ନ ଛକ, ଧର୍ମୀୟ ଅନୁଷ୍ଠାନ ପରିସର, ସାପ୍ତାହିକ ହାଟ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୋନାଲି ସିଂ, ମଧୁସ୍ମିତା ବେହେରା, ହରପ୍ରିୟା ସାହୁ, ସରଳା ମଲିକ ଚପଳା ମଲ୍ଲ, କୈଳାସ ମଲିକ, ସୁଶାନ୍ତ ଦାସ, ମାନସ ଯେନାଙ୍କ ସମେତ ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ବର ସେଠି, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ମିଶନ ଶକ୍ତି ସଭାନେତ୍ରୀ ଜ୍ୟୋତ୍ସ୍ନା ନାଥ ଶର୍ମା, ବହୁ ସଂଖ୍ୟାରେ ମିଶନ ଶକ୍ତିର ମହିଳା ସଦସ୍ୟା, ଆଶା କର୍ମୀ, ଅଙ୍ଗନ ୱାଡ଼ି କର୍ମୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଡିଇଓ ପୂର୍ଣ୍ଣିମା ଖଣ୍ଡାଇ, ଯୁବ ସମାଜସେବୀ ମନୋଜ ସିଂ, ଦ୍ ଦିଲ୍ଲିପ କୁମାର ବେହେରା, ଧନଞ୍ଜୟ ବିଶ୍ଵାଳ, ସୁଧାଂଶୁ ଶତପଥୀ, ବିଭୁ ପ୍ରସାଦ ବେଉରିଆ, ଦୁଷ୍ମନ୍ତ ମଲିକ, ଗୋବର୍ଦ୍ଧନ ମଲିକ, ପ୍ରକାଶ ମଲିକ, ସଂଗ୍ରାମ ସାହୁ, ମାନସ ପରିଡ଼ା, ତତବିଲ ଜଳାଲ ଉଦ୍ଦିନ, ସମିୱାଲା ଖାନଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦରଘା ଛକ, ବରୀ ସ୍ଵାସ୍ଥ୍ୟ ଉପକେନ୍ଦ୍ର ପରିସର, ଅଲିପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର, କଲେଜ ଛକ, ବ୍ଲକ ଛକ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ଅଲିପୁର ହାଟ ପ୍ରଭୃତି ସ୍ଥାନରେ ସଫେଇ କାର୍ଯକ୍ରମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।