-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ବରଗଡ଼ା/ଗାଇସିଲେଟ(ପ୍ରେରଣା ଖବର): ନୂତନବର୍ଷ ୨୦୨୫ର ତୃତୀୟ ଦିବସ ଜାନୁଆରି ୩ ତାରିଖରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟର ୪୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାଧ୍ୟାପକ ନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅଧ୍ୟକ୍ଷଙ୍କ ବାର୍ଷିକ ବିବରଣୀ ପଠନ ପରେ ମୁଖ୍ୟ ଅତିଥି ବିଜେପୁର ବିଧାୟକ ସନତ ଗଡତିଆ ଛାତ୍ର ଜୀବନରେ ସଫଳତା ପାଇଁ ପରିଶ୍ରମ ଓ ଅଧ୍ୟବସାୟର ବିକଳ୍ପ ନାହିଁ ବୋଲି କହିଥିବା ବେଳେ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ମାନଙ୍କୁ ସ୍ମରଣ କରିଥିଲେ। ମୁଖ୍ୟ ବକ୍ତା ସାମ୍ପ୍ରତିକ ସମୟରେ ପିତାମାତାଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟ ଉପରେ ବିଶେଷ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ପ୍ରଣୟ ସାହୁ, ଝରଣା ପାଣିଗ୍ରାହୀ, ଅମ୍ବିକା ପ୍ରସାଦ ଟ୍ରିବେଦି ଓ ଶରତ କାଲୋ ପ୍ରମୁଖ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଚର୍ଚ୍ଚା କରିଥିଲେ। ଏହି ଅବସରରେ କବି ରଞ୍ଜିତ ପଧାନ, ନୃତ୍ୟ ନିର୍ଦେଶକ ସୁମନ୍ତ ସା ଓ ନୃତ୍ୟ ନିର୍ଦେଶିକା ଅଧ୍ୟାପିକା ପ୍ରତୀକ୍ଷା ଦଣ୍ଡସେନlଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଓ ଅଧ୍ୟାପିକା ପ୍ରତୀକ୍ଷା ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯକ୍ରମ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଅଜିତ ଓ ଗ୍ରୁପ, ଲାଇଟ୍ ସାଉଣ୍ଡ ଓ ଟେଣ୍ଟ୍ ସମ୍ଭାଳି ଥିଲେ ପ୍ରଦୀପ ଭୋଇ l କଳାକାରଙ୍କୁ ବେଶଭୂଷା କରିବା ଦାୟିତ୍ବରେ ଥିଲେ ସତ୍ୟ ଓ ଗ୍ରୁପ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯକ୍ରମର ସଫଳ ରୂପାୟନ କରାଯାଇ ପାରିଥିଲା। ଶେଷରେ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।