-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
କଣ୍ଟାମାଳ (ଜୟ କୁମାର ମହାରଣା): କଣ୍ଟାମାଳ ବ୍ଲକ ମସିଣାଗୋରା ଠାରେ ଡୁମାଳ ସମାଜ ମସିଣାଗୋରା କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ଵିତୀୟ ମା’ ମାହେଶ୍ୱରୀ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠିତ ରାବଣ ଦରବାର ର ରାଜକୀୟ ମୁଖ୍ୟ ଅତିଥି ଭାବେ ଶିକ୍ଷକ ସଙ୍ଘ ସଭାପତି ନୀଳାଞ୍ଚଳ ଭୋଇ ଏବଂ ଖୁଣ୍ଟିଗୋରା ସରପଞ୍ଚ ରବିଚନ୍ଦ୍ର ମହାକୁଡ଼, ସମିତି ସଭ୍ୟା ଭାରତୀ ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ସାମ୍ବାଦିକ ବଂଶୀଧର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ମଞ୍ଚ ଦ୍ୱାରା ଅଞ୍ଚଳର ବିକାଶ ତ୍ବରାନ୍ୱିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ l ଉଦଘୋଷାକ ଦିଲ୍ଲୀପ ଦୀପ ମଞ୍ଚ ପରିଚାଳନା କରିଥିଲେ l ପରେ ବାଉଁସୁଣୀ ସାଂସ୍କୃତିକ ପରିଷଦର ସମ୍ବଲପୁରୀ ନୃତ୍ୟ ଏବଂ ପଳଶାଗୋରା ମା ଭୈରବୀ କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ରାବଣର ଅତ୍ୟାଚାରରେ ଦେବଗଣ ଅତିଷ୍ଠ, ଶ୍ରୀରାମ ଜନ୍ମ, ସୀତାବିବାହ ଆଦି ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା l ବରିଷ୍ଠ କଳାକାର ମନୋଜ ମହାନ୍ତିଙ୍କ ରାବଣ ଅଭିନୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ l କମିଟି ସଭାପତି ଗୋବର୍ଦ୍ଧନ ପ୍ରଧାନ, ସମ୍ପାଦକ ଅନନ୍ତ ଚରଣ କ୍ଷେତୀ, ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ l