-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

୧୭ ଦାଦନ ଶ୍ରମିକ ଉଦ୍ଧାର ଦୁଇ ଜଣ କୁ କୋର୍ଟ ଚାଲାଣ

26-Nov-2024



ତୁରେକେଲା (ପୁର୍ଣ୍ଣ ଶଶୀ ଶେଖର ରାଓ)ସାରା ରାଜ୍ୟରେ ଦାଦନ ପ୍ରବଣ ଜିଲ୍ଲା ଭାବେ ବେଶ ପରିଚିତ ରହିଛି ବଲାଙ୍ଗିର ଜିଲ୍ଲା । ଏହି ଜିଲ୍ଲାର ହଜାର ହଜାର ଲୋକ ଭିଟାମାଟି ଛାଡ଼ି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ବେଳେ ତାକୁ ରୋକ୍ ଲଗାଇବା ପାଇଁ ବିଫଳ ରହୁଛନ୍ତି ପ୍ରଶାସନ। ଦୀର୍ଘ ୨୫ ବର୍ଷ ସରକାର ବେଳେ ଯେପରି ଥିଲା ସରକାର ବଦଳି ହେବାପରେ ମଧ୍ୟ ସେହି ପରିସ୍ଥିତି ଦେଖିବାକୁ ମିଳୁଛି। ଚଳିତବର୍ଷ ଦାଦନ ରୋକିବାକୁ ନୂଆ ସରକାର କୁଆଡେ ଟାକ୍ସଫୋର୍ସ ଗଠନ କରିଥିବାର ଘୋଷଣା କରିଥିଲେ କିନ୍ତୁ ସେହି ଟାକ୍ସଫୋର୍ସ କେଉଁଠି କାର୍ଯ୍ୟକାରୀ ହେଉଛି ଜନସାଧାରଣଙ୍କୁ ଅଜଣା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ଲୋକ ଭିଟାମାଟି ଛାଡ଼ି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ବେଳେ ନିରବଦ୍ରଷ୍ଟା ସାଜିଛନ୍ତି ପୋଲିସ ପ୍ରଶାସନ। ଅପରପକ୍ଷରେ ଅନ୍ୟ ବର୍ଷ ଭଳି ଦାଦନ ଶ୍ରମିକ ଉଦ୍ଧାର ହେଉନଥିବା ଦେଖିବାକୁ ମିଳୁଛି।କାଁ ଭାଁ ଛୋଟ ଛୋଟ ସର୍ଦ୍ଦାର ଓ ଦଲାଲ୍ କୁ ଧରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବୁଦ୍ଧିଜୀବିମହଳରେ ଚର୍ଚ୍ଚା ହେଉଛି। ବଲାଙ୍ଗିର ଜିଲ୍ଲା  ଦାଦନ ଗଡ଼ ର ରାଜଧାନୀ କୁହାଯାଉଥିବା କଣ୍ଟାବାଞ୍ଜି ପୋଲିସ ଉପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବା ବେଳେ ଚଳିତ ବର୍ଷ କଣ୍ଟାବାଞ୍ଜି ପୋଲିସ ଧରୁନଥିବା ଯୋଗୁଁ ସନ୍ଦେହ ସୃଷ୍ଟି କରୁଛି। ବଲାଙ୍ଗିର ଜିଲ୍ଲାର ଲାଠୋର, ତୁରେକେଲା, କଣ୍ଟାବାଞ୍ଜି ତିନୋଟି ରେଲୱେ ଷ୍ଟେସନ ମଣିଷ ବେପାର ର ମୁଖ୍ୟ ପେଣ୍ଠସ୍ଥଳୀ ପାଳଟିଥିବା ବେଳେ ମୁରିବାହାଲ ଓ ଟିଟିଲାଗଡ଼ ରେଲୱେ ଷ୍ଟେସନ ରେ କିଛି ଅଂଶ ରହିଥାଏ। ଶୁଣିବାକୁ ମିଳେ ଯେ କଣ୍ଟାବାଞ୍ଜି, ତୁରେକେଲା,ଲାଠୋର ରେଲୱେ ଷ୍ଟେସନ ଦଲାଲ୍ କବ୍ଜାରେ ରହିଛି। ସେହି ଦଲାଲକୁ ଧରିଲେ ଯାଇ ସର୍ଦ୍ଦାର ମାନେ ଦାଦନ ଶ୍ରମିକ ଚାଲାଣ କରିପାରିବେ ନଚେତ୍ ସେମାନଙ୍କୁ ପୋଲିସ ଧରିବ । ଚଳିତ ବର୍ଷ କଣ୍ଟାବାଞ୍ଜି ପୋଲିସ ଧିମେଇ ଯାଇଥିବା ବେଳେ ତୁରେକେଲା ପୋଲିସ ସଜାଗ ରହି ଅନେକ ଦାଦନ ଶ୍ରମିକ ଉଦ୍ଧାର କରିବାରେ ସମର୍ଥ ହେଉଛି।
ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ତଅଁଲା ଗାଁ ର ସର୍ଦ୍ଦାର ମାଧବ ଷାଣ୍ଢ (୨୫) ଓ ସହଯୋଗୀ ତୁରେକେଲା ଥାନା ଲର୍କି ଗାଁ ର ଧନେଶ୍ଵର ନାଗ (୪୦) ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଭୁତିଆରବାହାଲ,ଶିବତଲା,କୁଡାସିଙ୍ଗା ଗାଁ ର ୭ ଜଣ ପୁରୁଷ ୮ ଜଣ ମହିଳା ଓ ୨ ଜଣ ଶିଶୁ ଶ୍ରମିକ ଙ୍କୁ ବେଆଇନ ଚାଲାଣ କରୁଥିବା ବେଳେ ତୁରେକେଲା ପୋଲିସ ଦ୍ବାରା ଧରାପଡ଼ିଥିଲେ। ମାଧବ ଓ ଧନେଶ୍ୱର ର ନାଁ ତୁରେକେଲା କେଶ୍ ନମ୍ବର ୩୬୫ ତା.୨୬.୧୧.୨୪ ୟୁ ଏସ ୩୧୮(୨)/୧୪୩/୧୪୬/୩(୫) ବି ଏନ୍ ଏସ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ଏକ ମାତ୍ର ପୋଲିସ ଅଧିକାରୀ ଯିଏକି ରମାକାନ୍ତ ସାହୁ ସଦାସର୍ବଦା ଭଲ କାମ କରି ଚର୍ଚ୍ଚାରେ ରହିଛନ୍ତି। ଖପ୍ରାଖୋଲ ଥାନା ଅଧିକାରୀ ଥିବା ସମୟରେ ଅଞ୍ଚଳରେ କରେକ୍ସ ର ପତନ କରିଦେଇଥିବା ବେଳେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ କୁ ହଟାଇ ଦେଇଥିଲେ। ଠିକ୍ ସେହିପରି ତୁରେକେଲା ଥାନା ଅଞ୍ଚଳରେ ମଧ୍ୟ ଉତ୍ତମ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ବଲାଙ୍ଗିର ଜିଲ୍ଲାରେ ପେଟପାଟଣା ପାଇଁ କୌଣସି କଳକାରଖାନା ନାହିଁ ୬ ମାସ ଚାଷ କରି ୬ ମାସ ବସିରହିବାକୁ ପଡେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଗରିବ ଲୋକଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ମିଳିମିଶି ହରିଲୁଟ କରିଚାଲିଛନ୍ତି ଯାହାଫଳରେ ଲୋକେ ଦାଦନ ଖଟି ଯିବା ପାଇଁ ବାଧ୍ୟ ହେଉଛନ୍ତି। ମନରେଗା ଯୋଜନାରେ କାମ କରି ଲୋକେ ନିଜ ପାଉଣା ପାଇବାକୁ ଅଫିସ ଅଫିସ ଧାଉଁ ଥିବା ବେଳେ ଟିକିଏ ଉଚ୍ଚ ସ୍ବରରେ କହିଦେଲେ ଅଧିକାରୀ ବାବାଙ୍କୁ କଷ୍ଟ ହେଉଛି ଏବଂ ପୋଲିସ ରେ ଏତଲା ଦିଆଯାଉଛି ତାହେଲେ ଶ୍ରମିକ କରିବେ କ'ଣ? ଯଦି କୌଣସି ସାମ୍ବାଦିକ ଉକ୍ତ ଖବର ସଂଗ୍ରହ କରିବା ପାଇଁ ଯାଏ ତାହେଲେ ସେ ମଧ୍ୟ ମିଛ କେଶ୍ ରେ ଛନ୍ଦି ହୋଇଯାଇଥାଏ। ପ୍ରଶାସନ ର ଦ୍ବୀମୁହାଁ ନୀତି ପାଇଁ ବୋଧହୁଏ ଦାଦନ ଶ୍ରମିକ ଚାଲାଣ ବନ୍ଦ ହୋଇପାରୁନାହିଁ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like