-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
26-Nov-2024
ସମ୍ବଲପୁର/ଧମl(ପ୍ରେରଣା ଖବର): ଝାଡେଶ୍ଵରୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କର ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ଯୋଗଦାନ କରି ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୁଝାଇଥିଲେ । ସମ୍ମାନନୀୟ ଅତିଥି ଭାବେ ଶ୍ରୀ ରବିନ୍ଦ୍ର ନାରାୟଣ ଠାକୁର ଯୋଗଦେଇ ସମ୍ବିଧାନର ନୀତି ନିୟମ ସବୁ କ୍ଷେତ୍ରରେ ପାଳନ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଜୟ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁନୀତା ସେଟ୍ ମଞ୍ଚ ପରିଚାଳନା କରିଥିଲେ । ୨୨୫ ଜଣ ଛାତ୍ରଛାତ୍ରୀ
ଯୋଗଦାନ କରିଥିବା ବେଳେ ୪୫ ଜଣ ଛାତ୍ରଛାତ୍ରୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟରେ ବକୃତା ପ୍ରତିଯୋଗୀତା, ବକୃତା ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରମୋଦ ଦେହେରୀ, ସଂସାର ପଧାନ, ବଳଦେବ ମହାକୁଡ, ସୁଦୀପ୍ତା ଦାସ, ଅମ୍ରିତା ପଟ୍ଟନାୟକ, ରେଣୁକା ମାଝୀ, ଲମ୍ବୋଦର ପାଢ଼ୀ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଦଶିଆ ଦଳେଇ, ଦିଲ୍ଲୀପ ଗୁରୁ, ରତନ ଲୁହୁରା, ଚିନ୍ମୟ ପାଣିଗ୍ରାହୀ ସହଯୋଗ କରିଥିଲେ ।