-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
07-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଶ୍ରୀରାମ ନଗର ଠାରେ ଜୀବନ ଜ୍ୟୋତି କ୍ଲବ ବିଜେପୁର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଛି। ବିଭିନ୍ନ ସାଜସଜ୍ଜାରେ ନିର୍ମିତ ସୁନ୍ଦର ପୂଜା ମେଢ଼ରେ ବିଘ୍ନରାଜ ଗଣେଶ ଙ୍କ ପ୍ରତିମୂର୍ତ୍ତି ବେଶ ଶୋଭିତ ହୋଇଛି। ବିଜେପୁର ବ୍ଲକ ନିକଟସ୍ଥ ଖରମୁଣ୍ଡା ଗ୍ରାମର ପଣ୍ଡିତ କିରଟୀ ଦାସ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ଲୋକନାଥ ଷାଣ୍ଢ ଏବଂ ତାଙ୍କ ସହଧର୍ମିଣୀ ବବଲ୍ଲୀ ଷାଣ୍ଢ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ମେଢରେ ଦିର୍ଘ ୧୩ ବର୍ଷ ହେବ ବିଘ୍ନରାଜ ଶ୍ରୀଗଣେଶ ପୂଜା ପାଇ ଆସୁଛନ୍ତି । ଜୀବନ ଜ୍ୟୋତି କ୍ଲବର ସଦସ୍ୟଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ଜୀବନ ଜ୍ୟୋତି କ୍ଲବର ସଭାପତି ଜମିଦାର ଲୁହା, ଉପସଭାପତି ଗୋକୁଳାନନ୍ଦ ଷାଣ୍ଢ,ସମ୍ପାଦକ ଲୋକନାଥ ଷାଣ୍ଢ,ସହ ସମ୍ପାଦକ ଭାଗିରଥି ଷାଣ୍ଢ, କୋଷାଧ୍ୟକ୍ଷ ରାକେଶ ଷାଣ୍ଢ ଏବଂ ସମସ୍ତ ସଦସ୍ୟ, ସଦସ୍ୟା ବୃନ୍ଦ ଯୋଗଦାନ କରି ଶ୍ରୀ ଗଣେଶଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିଥିଲେ।