-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
07-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଇନର୍ ହୁଇଲ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ଭବିଷ୍ୟତରେ ଛାତ୍ରୀ ମାନଙ୍କ ପାଇଁ କେରୀଅର୍ ଗଠନ ପାଇ ବିଭିନ୍ନ ଉପାଦେୟ ପରାମର୍ଶ ପ୍ରଦାନ ସହିତ ଏକ ସେମିନାର ଅନୁଷ୍ଟିତ ହୋଇ ଯାଇଛି ।ସଂଗଠନର ସଭାନେତ୍ରୀ ଭାବନା ଅଗ୍ରୱାଲ ମମତା ଅଗ୍ରୱାଲ ବିନୀତ ଅଗ୍ରୱାଲଙ୍କ ଉପସ୍ଥିତିରେ ଇଂରାଜୀ ଅଧ୍ୟାପିକା ସୁଷମା ଦାସ
ଯୋଗ ଦେଇ ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରି ମ୍ୟାଟ୍ରିକ ପରେ ନିଜ କେରୀଅର୍ କୁ କିପରି ଗଠନ କରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ଛାତ୍ରୀ ମାନଙ୍କ ମନରେ ଥିବା ସନ୍ଦେହ ମୋଚନ କରିଥିଲେ । ଏହି ଅବସରରେ ଗୁରୁ ଦିବସ ଉପଲକ୍ଷେ ବିଦ୍ୟାଳୟ ର ୨୦ ଜଣ ଶିକ୍ଷୟିତ୍ରୀ ଙ୍କୁ କ୍ଲବ୍ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।