-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ଗାଁ ଠାନୁ ସହର୍ ଚାରି ଆଡେ ଗହଗହ ମହମହ

06-Sep-2024



ବଲାଙ୍ଗୀର:- ଆସୁଛି ନୂଆଁଖାଇ।ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର।ଆଉ କିଛି ଦିନପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।ଏଥିପାଇଁ ସହର ତଥା ଗ୍ରାମାଞ୍ଚଳ ରେ ଥିବା ହାଟ,ବଜାର,ଛୋଟ ବଡ଼ ଦୋକାନ ମାନଙ୍କରେ ଭିଡ଼ ଜମିବା ଆରମ୍ଭ ହୋଇ ଗଲାଣି।ମହିଳା ମାନେ ଘର ଦ୍ଵାର ସଫାସୁତୁରା ସାଙ୍ଗକୁ ଲିପାପୋଛା ରେ ବ୍ୟସ୍ତ ରହିଲେଣି।ଗୋଟିଏ ପଟେ ନୂଆଁଖାଇ ପାଳନ ପାଇଁ ଲୋକେ ସଜବାଜ ହେଉଥିବା ବେଳେ ଅନ୍ୟପଟେ ବଜାରରେ ପନିପରିବା ର ଆକାଶ ଛୁଆଁ ଦର।ପନିପରିବା ବେପାରୀ ମାନେ ମୌକା ଦେଖି ଛକ୍କା ମାରୁଥିବା ବେଳେ ଗରିବ ଖଟିଖିଆ ଙ୍କ ପାଇଁ ଦୁସ୍ତର ହୋଇପଡିଛି ପନିପରିବା ଦର।ପାରମ୍ପରିକ ରୀତି ନୀତି ଅନୁଯାୟୀ ପଞ୍ଚମୀ ତିଥି ରେ ନୂଆଁ ଖିଆ ଯାଇଥାଏ।ନୂଆଁଖାଇ ପୂର୍ବରୁ ଜ୍ୟୋତିଷ ମାନେ ଗଣନା କରି ଅମୃତ ବେଳା ନିର୍ଦ୍ଧାରଣ କରିଥାନ୍ତି।ଏହି ଦିନ ମାଟି ମାଁ,ଗ୍ରାମ ଦେବାଦେବୀ ତଥା ଘରର ଇଷ୍ଟ ଦେବାଦେବୀ ଙ୍କୁ ପୂଜା କରି ପ୍ରଥମ ଧାନ ଫସଲ ର ଚୁଡ଼ା କୁ ନୂଆଁ ରୂପେ ଭୋଗ ଲଗାଇଥାନ୍ତି। ଏହି ପର୍ବ କେଉଁ ଆବହମାନ କାଳରୁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ତଥା ସହରରେ ମହାଆଡ଼ମ୍ବରରେ ପାଳିତ ହୋଇ ଆସୁଛି।ପ୍ରଥମ ନୂତନ ଧାନ ଧରାପୃଷ୍ଟରେ ଉତ୍ପାଦିତ ହେଇଥାଏ।ସେହି ଧାନ କୁ ଚୁଡ଼ା କରି ଗ୍ରାମ ଦେବାଦେବୀ,ମାଁ ସମଲେଶ୍ଵରୀ,ମାଁ ପାଟନେଶ୍ୱରି ତଥା ଘରର ଦେବା ଦେବୀ ଙ୍କୁ ଅର୍ପଣ କରାଯାଇଥାଏ।ନୂଆଁଖାଇ ର ବିଶେଷ ଆକର୍ଷଣ ହେଉଛି କୁରେଇ ପତ୍ର।ଏହି ପତ୍ର ର ଠୋଲା ରେ ନୂଆଁ ଚୁଡ଼ା ରଖାଯାଇ ପୂଜା ପରେ ଖିଆ ଯାଏ।ଏହିଦିନ ନୂତନ ବସ୍ତ୍ର ପରିଧାନ ସହ ଘରେ ବିଭିନ୍ନ ପ୍ରକାରର ପିଠା,ମଣ୍ଡା,ଖିରି ତିଆରି କରି ମାଁ ଲକ୍ଷ୍ମୀ ଙ୍କ ସହ ନିଜ ଇଷ୍ଟ ଦେବା ଦେବୀ ଙ୍କୁ ଅର୍ପଣ କରିଥାନ୍ତି। ନୂଆଁଖାଇ ସରିଲା ପରେ ପ୍ରଥା ଅନୁଯାୟୀ ଛୋଟ ମାନେ ବଡ଼ ମାନଙ୍କ ପାଦ ଧରି ମୁଣ୍ଡିଆ ମାରି ତାଙ୍କର ଆଶୀର୍ବାଦ ଗ୍ରହଣ କରିଥାନ୍ତି। ଏହିଦିନ ଭାଇ ଭାଇ ମଧ୍ୟରେ ଥିବା ଝଗଡ଼ା ମନୋମାଲିନ୍ୟ କୁ ଭୁଲି ଏକାଠି ବସି ନୂଆଁ ଖାଇଥାନ୍ତି।ବନ୍ଧୁ ବାନ୍ଧବ ସମ୍ପର୍କୀୟ ତଥା ସାନ ବଡ଼ ସମସ୍ତେ ଜୁହାର ଭେଟ ହୋଇ ସ୍ନେହ,ଶ୍ରଦ୍ଧା,ଆଦର ରେ ଭାବ ଆଦାନ ପ୍ରଦାନ ହୋଇଥାନ୍ତି।ଏଣୁ ଏହି ପର୍ବ ଏକ ଭାଇଚାରାର

ଉଦାହରଣ। ନୂଆଁଖାଇ ପରଦିନ ପାଳନ ହୁଏ ନୂଆଁଖାଇ ବାସି ତିହାର।ଏହି ଦିନ ଛେଲି,ମେଣ୍ଢା,କୁକୁଡ଼ା ଆଦିଙ୍କ ମାଂସ କୁ ଆଣି ରାନ୍ଧି ବନ୍ଧୁ କୁଟୁମ୍ବ ଏକାଠି ବସି ନୂଆଁଖାଇ ବାସି ର ମଜା ନେଇଥାନ୍ତି।ଖାଇସାରି ନାଚ ଗୀତ ର ଆସର୍ ଜମେ।ଡାଲଖାଇ,ରସରକେଲି,ମାଏଲାଜଡ ଆଦି ପାରମ୍ପରିକ ଗୀତ ବାଦ୍ୟ ନାଚରେ ଦୁଲୁକି ଉଠେ ଗାଁ ଠୁ ସହର। ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ଭଲ ଫସଲ ହେବାର ଆଶା ରଖି ଚାଷୀ ମହଲରେ ଉତ୍ସାହ ଦେଖା ଦେଇଥିବା ପରିଲକ୍ଷିତ ହୁଏ।ଏହି ପର୍ବରେ ସାମିଲ ହେବା ପାଇଁ ଦେଶ ବିଦେଶରେ ରହୁଥିବା ଆତ୍ମୀୟ ସୋଦର ମାନେ ଘରକୁ ଫେରୁଥିବା ବେଳେ ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଛି।ଅନୁମାନ କରାଯାଉଛି ଚଳିତ ବର୍ଷ ଏହି ପର୍ବ ଉତ୍ସାହ ର ସହ ମହାଆଡ଼ମ୍ବରରେ ପାଳିତ ହେବ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like