-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ନିଆରା ଢଙ୍ଗରେ ଗୁରୁଦିବସ ପାଳନ: ଦଣ୍ଡିବା ଶକ୍ତି ଯାର ଥାଇ,ସେ ପୁଣି କ୍ଷମା ଆଚରଇ

05-Sep-2024



ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ପ୍ରକୃତି ବିହାର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ନିଆରା ଢଙ୍ଗରେ ଗୁରୁଦିବସ ପାଳନ  ହୋଇଯାଇଛି । ରେଡିଏନ୍ସ ଅନୁଷ୍ଠାନ ଜଣେ ମହାନ ଶିକ୍ଷାବିତ ତଥା ସମାଜର ଆଦର୍ଶ ଗୁରୁଙ୍କ ମହାନ ଆତ୍ମାକୁ ନେଇ ଗଢିଉଠିଛି। ସେହି ମହାନ୍ ଶିକ୍ଷାବିତଙ୍କ ସୁଯୋଗ୍ୟ ପୁତ୍ର ତଥା ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର ନିଜେ ତାଙ୍କ ସମସ୍ତ ଗୁରୁଙ୍କର ପାଦ ପୂଜା କରିଥିଲେ । ଏହି ଅବସରରେ ଚେୟାରମେନ ମେହେରଙ୍କ ପ୍ରଥମ ଗୁରୁ ତାଙ୍କ ମାଆ ଶ୍ରୀମତୀ କସ୍ତୁରୀ ମେହେର (୭୦)ଓ ଗୁରୁ ଶ୍ରୀମତୀ ଡୋଳାବତୀ ବାରିକ (୯୨), ଶ୍ରୀଯୁକ୍ତ ମୀନକେତନ ପଧାନ

(୮୨),ଶ୍ରୀଯୁକ୍ତ ତ୍ରିଲୋଚନ ମେହେର(୭୯), ଶ୍ରୀଯୁକ୍ତ ସ୍ଵାଧୀନ ସାହୁ (୬୫),ଶ୍ରୀଯୁକ୍ତ ପ୍ରଫୁଲ୍ଲ ନାୟକ (୬୫), ଶ୍ରୀମତୀ ପ୍ରତିମା ଗୁରୁ (୬୪) ଉପସ୍ଥିତ ଥିଲେ। ତାଙ୍କ ପାଦ ଧୈାତ କରି ଗୁରୁଙ୍କୁ ଭକ୍ତିପୂତ ଆରାଧନା କରିଥିଲେ । ପରବର୍ତ୍ତୀ ସମୟରେ ରେଡିଏନ୍ସ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ନିଆରା ଢଙ୍ଗରେ ଗୁରୁମାନଙ୍କୁ ଭକ୍ତି ସହକାରେ ଆରାଧନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ରେଡିଏନ୍ସ ପରିବାର ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର,ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ମେହେର, ଅନୁଷ୍ଠାନର  ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ,ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର,ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ତଥା ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଉକ୍ତ ସଭାରେ ଚେୟାରମେନ ଶ୍ରୀ ମେହେର ଗୁରୁଭକ୍ତି ଓ ଗୁରୁଙ୍କ ଭୂମିକା ଉପରେ ଆଲୋଚନା କରିଥଲେ। ସମସ୍ତ ଗୁରୁଜନ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାକୁ ଗୁରୁତ୍ଵ ଦେଲେ ଛାତ୍ରଛାତ୍ରୀ ମାନେ ଆହୁରି ଗୁଣବତ୍ତା ସୃଷ୍ଟିହେବ  ବୋଲି ମତ ଦେଇଥିଲେ। ଏହି ଦିବସରେ ରେଡିଏନ୍ସ ପରିସରରେ ଗୁରୁ ମାନଙ୍କର ଉପସ୍ଥିତିକୁ ଦେଖି ସତେ ସେହି ରାମାୟଣର ବ୍ରହ୍ମର୍ଷି ରାଜର୍ଶ୍ରି ମାନଙ୍କର ଭେଟ ମନେ ପଡ଼ୁଥିଲା। ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର ଗୁରୁଙ୍କର ବାଣୀ ଶିଷ୍ୟମାନଙ୍କୁ ଶକ୍ତି ଓ ପ୍ରେରଣା ଦେଇଥାଏ ବୋଲି ମତ ଦେଇଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ

ବାରିକ ଗୁରୁଶିଷ୍ୟ ପରମ୍ପରା ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଣ୍ଣନା କରିଥିଲେ। ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମେହେର ଗୁରୁ କୁଶଳୀ କାରିଗରୀ ସଦୃଶ୍ୟ ଅନେକ ସୁନ୍ଦର ମୂର୍ତ୍ତି ବା ଉତ୍ତମ ଛାତ୍ରଛାତ୍ରୀ ଗଢ଼ୁ ଥିବାର ଆଲୋଚନା କରି ଗୁରୁ ସାକ୍ଷାତେ ଈଶ୍ୱର ବୋଲି ମତ ରଖିଥିଲେ।ଶିକ୍ଷକ ଆଶିଷ କୁମ୍ଭାର ଗୁରୁ ବନ୍ଦନାରୁ ସଭା ଆରମ୍ଭ କରିଥିଲେ ଓ ଛାତ୍ର ଯୁଧିଷ୍ଠିର ବୁଡେକ ସଂଯୋଜନା କରିଥିବା ବେଳେ ଅର୍ମାନ ଭୋଇ ଧନ୍ୟବାଦ୍ ଦେଇଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା ସଙ୍ଗୀତ ଗାନ ହୋଇଥଲା।ଏହି ନିଆରା ପରମ୍ପରାକୁ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହକୁ ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର ଧନ୍ୟବାଦ୍ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like