-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-Aug-2024
ଆଗଲପୁର, (ବିନୋଦ ଦୀପ) ଆଜି ଆଗଲପୁର ଗ୍ରାମ ର ବିମଳା ଅଦାବାରିଆ ନାମ୍ନୀ ଜଣେ ଅସହାୟ ବୃଦ୍ଧା ମହିଳା ମୃତ୍ୟୁବରଣ କରିଥିଲେ l ହେଲେ ଉକ୍ତ ମହିଳା ଙ୍କ ଶବ ସତ୍କାର ପାଇଁ ଏ ଦୁନିଆଁରେ କେହି ନ ଥିବାରୁ ସ୍ଥାନୀୟ ବାସିନ୍ଦା ଆଗଲପୁର ମାହେଶ୍ୱରୀ କୁ ଖବର ଦେଇଥିଲେ | ମହେଶ୍ୱରି ସଂଗଠନ ଏହି ଖବର ଜାଣିବା ପରେ ସଂଗଠନ ର ସଦସ୍ୟ ମାନେ ଶବକୁ ନଈ କୂଳକୁ ନେଇ ଦାହ କରି ତାଙ୍କର ଅମର ଆତ୍ମା ର ସଦଗତି କାମନା କଲେ l ସେଠାରେ ମାହେଶ୍ୱରୀ ସଂଗଠନ ର ଉପଦେଷ୍ଟା ଆଶିଷ ସିଂଦେଓ ଶବକୁ ମୁଖାଗ୍ନି ପ୍ରଦାନ କରିଥିବା ବେଳେ ତାଙ୍କ ଭାଇ ଉତ୍ତମ ସିଂଦେଓ ସବ ସତ୍କାର କାର୍ଯ୍ୟ ରେ ସାହାଯ୍ୟ କରିଥିଲେ l