-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
29-Aug-2024
ଡୁଙ୍ଗୁରିପାଲି, ତା,୨୯/୮ (ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମରେ ଭାରତୀୟ ହକି କିମ୍ବଦନ୍ତୀ ପୁରୁଷ ମେୟର ଧ୍ୟାନ ଚାନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜୀବନରେ କ୍ରୀଡ଼ା ଏକ ଅବିଚ୍ଛେଦ୍ୟ ଅଙ୍ଗ । କ୍ରୀଡା କାର୍ଯ୍ୟକଳାପ କେବଳ ଖେଳିବା ପାଇଁ ମଜାଦାର ନୁହେଁ ବରଂ ଆମର ସ୍ୱାସ୍ଥ୍ୟ ଏବଂ ଶାରୀରିକ ସୁସ୍ଥତାକୁ ମଧ୍ୟ ଉନ୍ନତ କରିଥାଏ । ଖେଳ କସରତ ହେଉଛି ସବୁଠୁ ଖୁସି ସମୟ । ଏହି ଦିବସ ପାଳନ ଉଭୟ ଶାରୀରିକ ତଥା ମାନସିକ ଭାବରେ ସାମଗ୍ରିକ ସ୍ୱାସ୍ଥ୍ୟ ଗୁରୁତ୍ୱ ବହନ କରିଥାଏ। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଜାତୀୟ କ୍ରୀଡା ଦିବସ ୨୦୨୪ ର ଥିମ୍ “ବିକାଶ ତଥା ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ସମାଜ ପାଇଁ ଖେଳ” ବିଷୟରେ ଅଵଗତ କରିଥିଲେ ।
କାର୍ଯ୍ୟକ୍ରମରେ ଛାତ୍ରୀ ଜନନିକା ନାଏକ, ଅର୍ଚ୍ଚିତା ପଧାନ, ଲିପସା ଯୁଆଡି, ଅନ୍ତରା, ପୂଜା, ପ୍ରମୁଖ ମତବ୍ୟକ୍ତ କରିଥିଲେ l ଆଲୁମିନି କିରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।