-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Aug-2024
ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ ପକ୍ଷରୁ କ, ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ଉ କରି ୧୩ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ପ୍ରକାଶ ଯେ, ସାରଙ୍ଗଡ଼ର ଦିଲୁ ଦଳପତିଙ୍କ ଦୋକାନରୁ ୮ଟି ଏବଂ ବଣ୍ଡଗୁଡା ନିରଞ୍ଜନ ଗନ୍ତାୟତଙ୍କ ତେଜରାତି ଦୋକାନରେ ବେଆଇନ ଭାବେ ଗଚ୍ଛିତ ଥିବା ୫ଟି ଘରୋଇ ରନ୍ଧନ ଗ୍ୟାସ ଏପରି ୧୩ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି। ସେମାନେ କେଉଁଠୁ ଏହି ଗ୍ୟାସ ସିଲିଣ୍ଡର ଆଣିଥିଲେ ସେ ସଂକ୍ରାନ୍ତ କାଗଜପତ୍ର ଦେଖାଇ ପାରିନଥିଲେ। ଜବତ
ସିଲିଣ୍ଡରକୁ କ.ନୂଆଗାଁ ସ୍ଥିତ ଗ୍ରାମୀଣ ଗ୍ୟାସ ବିତରକ ପାଖରେ ଜିମା ଦିଆଯାଇଛି। ଏ ସଂକ୍ରାନ୍ତରେ ସାରଙ୍ଗଡ଼ର ଦିଲୁ ଦଳପତି ଓ ବଣ୍ଡଗୁଡା ର ନିରଞ୍ଜନ ଗଗନ୍ତାୟତ ଙ୍କ ନାମରେ ଏତଲା ଦିଆଯାଇଛି। ଏହି ଚଢଉରେ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ଓ ଡିଇଓ ଗଣେଶ ବେହେରା ସାମିଲ ଥିଲେ। ବର୍ତ୍ତମାନ ଏପରି ଚଢ଼ଉ ନିୟମିତ ଜାରି ରହିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।