-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
29-Aug-2024
ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ା ଜିଲ୍ଲା ଗୁଡ଼ାରୀର ନିଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରୀ ନଗର ସଭାପତି ପ୍ରଦୀପ ଚନ୍ଦ୍ର ରଣାଙ୍କ ନେତୃତ୍ବରେ ସଦସ୍ୟତା ଅଭିଯାନ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସହପ୍ରଭାରୀ ଜଗଦୀଶ ପଣ୍ଡା, ସରଜ କୁମାର ସାହୁ ପଦ୍ମପୁର ପ୍ରଭାରୀ କୈଳାସ ସାହୁ, ପଦ୍ମପୁର ଉପସଭାପତି, ସନାତନ ପାତ୍ର ଶିରିଜୁଳି ବୁତ ସଭାପତି ଯୋଗଦେଇ ସଦସ୍ୟତା ଅଭିଯାନକୁ ସୁଚାରୁରୂପେ ଶକ୍ତି କେନ୍ଦ୍ର ରୁ ବୁଥ୍ ରୁ ୱାର୍ଡ ଯାଏ ତୃଣମୂଳସ୍ତରରେ କେମିତି ପହଞ୍ଚିବ ଏହି ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ବାବୁଲା ଶବର , ଯୁଗଳ କିଶୋର ଶବର, ବାସୁଦେବ ପାଣିଗ୍ରାହୀ, ଶିବ କେଶ୍ବର ରାଓ ସାଇ ଏବଂ ଶତାଧିକ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ୱାଇ. ଗଣପତିଙ୍କୁ ଗୁଡ଼ାରୀ ପ୍ରଭାରୀ ଦାୟିତ୍ଵ ଦେଇଥିଲେ କିନ୍ତୁ ୱାଇ.ଗଣପତି ଗୁଡ଼ାରୀକୁ ଆସି ମଧ କାର୍ଯ୍ୟକ୍ରମରେ ଯୋଗଦାନ ନଦେଇ ଅଣଦେଖା କରିଥିବାରୁ ଉକ୍ତ କାର୍ଯ୍ୟକ୍ରମକୁ ସହପ୍ରଭାରୀ ଜଗଦୀଶ ପଣ୍ଡା ଏବଂ ତାଙ୍କ ସହଯୋଗୀ ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଚାଳନା କରିବା ଦେଖିବାକୁ ମିଳିଥିଲା