-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ଦୂର୍ନୀତି : ଆମ ପ୍ରଗତିର ଅନ୍ତରାୟ

29-Aug-2024



ଭାରତରେ ବିଭିନ୍ନ ସମସ୍ୟା ମଧ୍ୟରେ ବର୍ତ୍ତମାନ ଏକ ବଡ଼ ସମସ୍ୟା ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ସ୍ବାଧୀନତାର ସ୍ବାଦ ଚାଖିଲା ପରେ ପରେ ଏହି ସମସ୍ୟାର ସମାଧାନ ପାଇଁ  ଭାରତ ତଥା ବିଭିନ୍ନ ରାଜ୍ୟ ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ସାଧାରଣ ଜନତା ଏପରିକି ଖଟିଖିଆ ମଣିଷ, ଦିନ ମଜୁରିଆ ମଧ୍ୟ ଏହାର କାୟାରୁ ନିସ୍ତାର ପାଇ ପାରୁନାହାନ୍ତି । ଜନସାଧାରଣଙ୍କ ବିକାଶ ପାଇଁ ସରକାରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସତ, କିନ୍ତୁ ଏହାଦ୍ବାରା ପ୍ରକୃତରେ କିଏ ଲାଭବାନ ହେଉଛି - ବର୍ତ୍ତମାନ ହେଉଛି ଏହା ବିଶ୍ଳେଷଣ କବିବାର ସମୟ ।

ବର୍ତ୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାର କରୋନା ଭାଇରସ ପରି କାୟା ବିସ୍ତାର କରିସାରିଛି ।  କରୋନାକୁ ତ ସାରା ବିଶ୍ଵର ଲୋକେ ମିଳିମିଶି ନିୟନ୍ତ୍ରଣରେ ରଖିପାରିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାର ସମୂଳେ ଉତ୍ପାଟନ କରିବାର ଉପାୟ କଣ ? ଏହା ଆମ ମହାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ କଳୁଷିତ କରିବାରେ ଲାଗିଛି । ପ୍ରତିଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରେ ଦୁର୍ନୀତିଗ୍ରସ୍ତ ଉଚ୍ଚପଦସ୍ଥ ଅଧିକାରୀ, କର୍ମଚାରୀ, ଡାକ୍ତର, ଇଞ୍ଜିନିୟର, କିରାଣୀ, ଶିକ୍ଷକ ଇତ୍ୟାଦିଙ୍କ କଳା କାରନାମାର ଖବର । ଆୟ ବହିର୍ଭୁତ ସମ୍ପତ୍ତି ଠୋଳ ମାମଲାରେ ଛନ୍ଦି ହୋଇଥିବା ନୀଳବର୍ଣ୍ଣ ଶୃଗାଳଙ୍କ ସମ୍ବାଦ । ଏମାନେ ସମାଜର କଳଙ୍କ । ପୃଥିବୀ ପାଇଁ ଏମାନେ ବୋଝ । 

ବିନା ଉତ୍କୋଚରେ ବର୍ତ୍ତମାନ କୌଣସି କାର୍ଯ୍ୟ ସମ୍ଭବ ହେଉନାହିଁ । ଇନକ୍ରିମେଣ୍ଟ,, ପି.ଏଫ୍ ରୁ ଟଙ୍କା ଉଠାଣ, ଟ୍ରାନ୍ସଫର ଆଦି କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟରେ ଦି ପଇସା ହାତଗୁଞ୍ଜା ନ ଦେଲେ ଫାଇଲଟିଏ ଉପରକୁ ଉଠିବା ସମ୍ଭବପର ହେଉନାହିଁ ।  ଋଣ ଉଠାଣ ପାଇଁ, ବିଦ୍ୟୁତ ସଂଯୋଗ ପାଇଁ ବା ଅନ୍ୟାନ୍ୟ ସରକାରୀ ଲାଭ ପାଇବା ପାଇଁ ଚାଷୀ ଲାଞ୍ଚ ନ ଦେଲେ ତାର କାର୍ଯ୍ୟ ସମ୍ଭବ ହୋଇପାରୁନି । ଘରଟିଏ ନ ଥିବା ଗରିବ ଲୋକ ଆବାସ ଯୋଜନା ପାଇଁ ଉତ୍କୋଚ ନ ଦେଲେ ଘର ତିଆରି ପାଇଁ ସହାୟତା ପାଇପାରୁନି। ଏ ସବୁ ପାଇଁ ଦାୟୀ କିଏ ? ମୋ ମତରେ ଆମ୍ଭେମାନେ ନିଜେ ଦାୟୀ । ବାସ୍ତବରେ ଆମ ସମାଜରେ ସଚେତନତାର ଅଭାବ ରହିଛି । 

ଲୋକଦେଖାଣିଆ ଭାବରେ ପ୍ରତିବର୍ଷ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି।  ଦୁର୍ନୀତି ନ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ ଏକ ପ୍ରହସନରେ ପରିଣତ ହୋଇସାରିଛି । ଭିଜିଲାନ୍ସ ବିଭାଗ ତାର କାର୍ଯ୍ୟରେ ତତ୍ପର । କିନ୍ତୁ ଆମେମାନେ ଯଦି ସେମାନଙ୍କୁ ସାହାଯ୍ୟ କରିବାନି ତେବେ ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଥିବ ।  ଜନତାର ସାହାଯ୍ୟ ବିନା ସବୁ ମୂଲ୍ୟହୀନ ହୋଇପଡିବ । ଲାଞ୍ଚ ଦେବା ଓ ନେବା ଅପରାଧ । ଏ ବିଷୟରେ ସମସ୍ତେ ଅବଗତ । କେତେଜଣ ଏହାକୁ ଅନୁସରଣ କରୁଛନ୍ତି । ପ୍ରାୟ ସବୁ ଅଫିସରେ ଚତୁର୍ଥ କର୍ମଚାରୀଙ୍କଠୁଁ ଆରମ୍ଭ କରି ବଡ଼ ବଡ଼ ଅଫିସର ଦୁର୍ନୀତିଗ୍ରସ୍ତ । ତଥାପି  ହାତ ଗଣତି କେତେଜଣ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ  କର୍ମଚାରୀ ଅଛନ୍ତି । ସେମାନେ ପ୍ରକୃତରେ ଭାରତମାତାର ଯୋଗ୍ୟ ସନ୍ତାନ ।

ବର୍ତ୍ତମାନ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯାଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।  ୨୦୨୨ ମସିହାର ଶେଷ ୯ ମାସ ମଧ୍ୟରେ ରାଜ୍ୟର ୪୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୪୦ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ସେମାନଙ୍କ ଭିତରୁ ୨୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମେତ ୧୫୨ ଜଣଙ୍କୁ ଗିରଫ କରାଯାଇଥିଲା।

ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର ହେଉଛି ଯେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ପର୍ଦ୍ଦାଫାଶ କରିବା ସଂଗେ ସଂଗେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାରେ ଓଡ଼ିଶାର ଭିଜିଲାନ୍ସ ବିଭାଗ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷକ ଭିତରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସର୍ବାଧିକ ପରିମାଣର ଟଙ୍କା ଓ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିବାରେ ରେକର୍ଡ ସୃଷ୍ଟି କରିପାରିଛି। ଜାତୀୟ କ୍ରାଇମ୍‌‌ ରେକର୍ଡ ବ୍ୟୁରୋ ଦ୍ୱାରା ଏହି ତଥ୍ୟ ପ୍ରଦାନ କରାଯାଇଛି। ସରକାର ଦୁର୍ନୀତି ବିରୋଧରେ ଯେଉଁ ଦୃଢ଼ ପଦକ୍ଷେପ ନେଉଛନ୍ତି, ତାହାକୁ ସଫଳ କରିବା ପାଇଁ ସବୁ ସ୍ତରରୁ ସହଯୋଗର ହାତ ବଢ଼଼ାଯିବା ଆବଶ୍ୟକ । ଦୁର୍ନୀତି ଯେତେଦିନ କାୟା ବିସ୍ତାର କରିଥିବ ସେତେଦିନ ପର୍ଯ୍ୟନ୍ତ ଆମ ତଥା ଆମ ମାତୃଭମିତ ଉନ୍ନତି ଅସମ୍ଭବ । ଦୁର୍ନୀତି ହେଉଛି ଆମ ପ୍ରଗତିର ପ୍ରଧାନ ଅନ୍ତରାୟ । ତେଣୁ ହେ ବିଜ୍ଞ ଦେଶବାସୀ ! ଆସନ୍ତୁ ସମସ୍ତେ ମିଶି ଦୁର୍ନୀତିର ମୂଳୋତ୍ପାଟନ କରି ଆମ ସମାଜରୁ କଳଙ୍କିତ ଅଧ୍ୟାୟର ପରିସମାପ୍ତି କରିବା । ଏକ ବିକଶିତ ରାଷ୍ଟ୍ର ଗଠନରେ ସହାୟକ ହେବା ।

ପ୍ରେମାନନ୍ଦ  ବେହେରା,ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ,ନନ୍ଦଳା, ପୁରୀ,ପ୍ରଧାନଶିକ୍ଷକ
ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ବୁରୋମୁଣ୍ଡା, ବରଗଡ଼
ମୋ. ୯୪୩୮୨୯୨୩୧୩


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like