-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
29-Aug-2024
ବୌଦ୍ଧ(ଜୟାନନ୍ଦ ମିଶ୍ର): ଦକ୍ଷତା ବୃଦ୍ଧି ଓ ନିଯୁକ୍ତି,ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା କରିବା ନେଇ ବୌଦ୍ଧଜିଲାରେ ୨୮ ତାରିଖରୁ କୌଶଳ ରଥ ଶୁଭାରମ୍ଭ ହୋଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏହି ରଥକୁ ଜିଲାପାଳ ସୁବ୍ରତ କୁମାର ପଣ୍ଡା ସବୁଜ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ । ରଥ ପ୍ରଥମ ଦିନ ବୌଦ୍ଧ ପାୟତ ମହାବିଦ୍ୟାଳୟ,ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପରିକ୍ରମା କରିବା ସହ ବାମଣ୍ଡା ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ପରିକ୍ରମା କରିଥିଲା । ସେଠାରୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ
ହରେକୃଷ୍ଣପୁର, ଲୁଣିବାହାଲ ଉଚ୍ଚ ବିଦ୍ୟାଳୟ ପରିକ୍ରମା କରିବାପରେ ବଘିଆପଡା ଶିଳ୍ପତାଲିମ କେନ୍ଦ୍ରକୁ ଯାଇଥିଲା । ଏହି ରଥ ପରିକ୍ରମା ସମୟରେ ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା ବାର୍ତା ବାିଥିଲେ । ଏହି ରଥ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଜିଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।