-+91-9937148622 |

prerana_bgr@rediffmail.com |

  Tuesday 16th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ    (16-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ    (16-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   (16-Jun-2026)       ||      ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   (16-Jun-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   (16-Jun-2026)       ||      କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||     

HOME   ଜିଲ୍ଲା

ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ଯାବରଣ ଦିବସ ପାଳନ

29-Aug-2024



ରାଇରଙ୍ଗପୁର: ଭାରତୀୟ ମଜଦୁର ସଂଘ ସହବନ୍ଧିତ ପର୍ଯ୍ଯାବରଣ ମଂଚ ପକ୍ଷରୁ ମୟୂରଭଂଜ ଜିଲ୍ଲା ତରଫରୁ ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟ ସଭାଗୃହରେ ଆଜି ରାଷ୍ଟ୍ରୀୟ  ପର୍ଯ୍ଯାବରଣ ଦିବସ ପାଳିତ ହୋଇଯାଇଛି l ପରିବେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ସାହାସୀ ଅମୃତା ଦେବୀ ଙ୍କ ସ୍ମୃତିରେ ଭାରତୀୟ ମଜଦୁର ସଂଘ ପରିବେଶ ଫୋରମ୍ ଦ୍ବାରା ଅଗଷ୍ଟ ଅଠେଇଶି କୁ ପରିବେଶ

ଦିବସ ବା ପର୍ଯ୍ଯାବରଣ ଦିବସ ଭାବେ ପାଳନ କରୁଛି l  ଏହି ଦିନରେ ପରିବେଶକୁ ରକ୍ଷା କରିବା ପାଇଁ ଯୋଧପୁର ଠାରୁ ୨୫ କିମି ଦୂର ଖେଜୁରୀ ଗ୍ରାମ ଠାରେ ଖେଜୁରୀ ଜଙ୍ଗଲ କାଟିବାକୁ ଯୋଧପୁର ରାଜା ଆଦେଶ ବିରୁଦ୍ଧରେ ଯାଇ ଅଣସତୁରୀ ଜଣ ମହିଳାଙ୍କ ସମେତ ତିନିଶହ ତେଷଠି ଜଣ ପୁରୁଷ ନିଜ ଜୀବନକୁ ବଳିଦାନ ଦେଇଥିଲେ l ଏହି ପର୍ଯ୍ଯାବରଣ ଦିବସରେ  ଅଧ୍ୟାପକ ବିଜୟ କୁମାର ରାମ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ତଥା ପର୍ଯ୍ୟାବରଣ ମଂଚର  ରାଜ୍ୟ ସହସଂଯୋଜକ ନିଗମାନନ୍ଦ ପଟ୍ଟନାୟକ l ମୁଖ୍ୟବକ୍ତା ଭାବେ ପରିବେଶବିତ୍ ତଥା ବିଶିଷ୍ଟ ସାହିତ୍ୟିକ ଲଳିତ ମହାନ୍ତ, ସମ୍ମାନିତ ଅତିଥି ଭାବେ ବି.ଏମ୍ .ଏସ୍ ର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ ଓ ସଂପାଦକ ବୋଧି ରଜତ ମହାନ୍ତ ପ୍ରମୁଖ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ରାଇରଙ୍ଗପୁର ଫରେଷ୍ଟ ରେଂଜର ଜ୍ଯୋତି ରଂଜନ ସେନାପତି ଓ ଷ୍ଟାଫ ଦୁଷ୍ମନ୍ତ ବସା ପ୍ରମୁଖ ଛାତ୍ରୀମାନଙ୍କୁ ଶତାଧିକ ବୃକ୍ଷଚାରା ବିତରଣ କରି ଏହାକୁ ବଂଚାଇବା ପାଇଁ ବିଶେଷ ଗୁରୁତ୍ବ ଦେଇ ସଂକଳ୍ପ କରାଇଥିଲେ l ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଅଗଷ୍ଟ ୨୮ ପର୍ଯ୍ଯାବରଣ ଉଦ୍ଦେଶ୍ୟ ତଥା ବୃକ୍ଷ ଲଗାଇବା ଦ୍ବାରା ସମାଜର ଲାଭକ୍ଷତି ସଂପର୍କରେ ଆଲୋଚନା କରିଥିଲେ l ମୁଖ୍ୟବକ୍ତା ଲଳିତ ମହାନ୍ତ କୁହନ୍ତି ବୃକ୍ଷ କାଟିବା ଦ୍ବାରା ଜଳାଭାବ ଦ୍ବାରା ଆମର କ୍ଷତି କଣ ହେଉଛି, ସେ ଉପଲକ୍ଷେ ବିଭିନ୍ନ ଉଦାହରଣମାନ  ଦେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ସଭାପତି ଶ୍ରୀ ବିଜୟ କୁମାର ରାମ କୁହନ୍ତି ପ୍ରତ୍ୟେକ ଛାତ୍ରୀ ବୃକ୍ଷ ଲଗାଇବା ଯେତିକି ଗୁରୁତ୍ବ ତାକୁ ବଂଚାଇବା ସବୁଠାରୁ  ମହତ୍ବପୂର୍ଣ୍ଣ କହିଥିଲେ l ଏହାବ୍ୟତୀତ ସବୁ ବ୍ଲକରେ ବିଭିନ୍ନ କଲେଜ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ବାରା ୧୦ହଜାର ଗଛ ଲଗାଯିବ ବୋଲି କହିଥିଲେ l ପରିଶେଷରେ ବି.ଏମ୍.ଏସ୍ ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ   ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ l

(ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ   16-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   16-Jun-2026
  ଜିଲ୍ଲା  
ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   16-Jun-2026
  ଜିଲ୍ଲା  
*ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   16-Jun-2026
  ଜିଲ୍ଲା  
କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା   15-Jun-2026
  ଜିଲ୍ଲା  
ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   15-Jun-2026
  ଜିଲ୍ଲା  
ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ   15-Jun-2026
  ଜିଲ୍ଲା  
*କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   15-Jun-2026
  ଜିଲ୍ଲା  
ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   15-Jun-2026
  ଜିଲ୍ଲା  
ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   15-Jun-2026
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026

You Might Also Like