-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2024
ବଲାଙ୍ଗୀର (ପ୍ରେରଣା ଖବର): ବିଶ୍ଵ ହିନ୍ଦୁ ପରିଷଦ ପୁଇଁତଲା ପ୍ରଖଣ୍ଡ ତରଫରୁ ଅଖଣ୍ଡ ଭାରତ ଦିବସ କାର୍ଯ୍ୟକ୍ରମ କରା ଯାଇଥିଲା। ସଂଘ ବରିଷ୍ଠ କାର୍ଯ୍ୟକର୍ତା ରାମଚନ୍ଦ୍ର ବିଶ୍ୱାଳ ମା ଭାରତୀଙ୍କ ଠାରେ ଦୀପ ପ୍ରଜ୍ବଳନ କରିଥିଲେ। ପୁଇଁତଲା ପ୍ରଖଣ୍ଡର ସମ୍ପାଦକ ବିଶ୍ୱଜିତ ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ବିଶ୍ୱାଳ ଅଖଣ୍ଡ ଭାରତ ଦିବସର ତତ୍ପର୍ଯ୍ୟ ବିଷୟରେ କହିଥିଲେ l ଏହି ଅବସରରେ ଭାରତୀୟ ସୁରକ୍ଷା ବାହିନୀର ତିନିଜଣ ଅବସରପ୍ରାପ୍ତ ସୈନିକ ଚମାର ସିଂଭୋଇ(ମହିମୁଣ୍ଡା), ଯଜ୍ଞସ୍ୱର ନାଏକ(ଲୁକା ପଡା), ଭରତ ସେଠ(ରଣ୍ଡା)ଙ୍କୁ ସମ୍ମାନିତ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ବଲାଙ୍ଗୀରର କାଯ୍ୟକାରୀ ସଭାପତି ଦାମୋଦର ନାଏକ ଆଗାମୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ପ୍ରଖଣ୍ଡ ସଭାପତି ବୀରଭଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ପ୍ରଚାର ପ୍ରମୁଖ ବାଳଗୋପାଳ ସାହୁ ଏବଂ ପ୍ରଖଣ୍ଡ ସହ ସଂଯୋଜକ ବିଶ୍ଵାମିତ୍ର ପଳତା ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।